Cricket

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

ବ୍ୟୁରୋ: ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ ।ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ । ୪୨.୫ ଓଭରରେ ଖେଳି ୧୯୧ରନରେ ଅଲଆଉଟ ହେଲା ପାକିସ୍ତାନ ଦଳ । ଭାରତକୁ ୧୯୨ରନର ଟାଗେଟ ଦେଇଛନ୍ତି ପାକିସ୍ତାନ ଦଳ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । କୁଲଦୀପ ଯାଦବ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ ନେଇଥିବାବେଳେ ବୁମରାଙ୍କ ବୋଲକୁ ବୁଝିବା ପୂର୍ବରୁ ଆଉଟ ହୋଇଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚରେ ବୁମରା, ସିରାଜ, କୁଲଦୀପ ଯାଦବ, ଜାଡେଜା ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

Related posts

ୱେଷ୍ଟଇଣ୍ଡିଜକୁ ୭ ୱିକେଟ ରେ ପଛରେ ପକାଇ ଜିତିଲା ଟିମ ଇଣ୍ଡିଆ

Odisha Sports Bureau

ଅନ୍ୟ ରାଜ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ନେଇ ଉଦ୍ୟମ କରିବେ: ଗାଙ୍ଗୁଲି

Odisha Sports Bureau

ଆଇପିଏଲ ରେ ଧୋନୀ-ରୋହିତ ଟକ୍କର

Odisha Sports Bureau

Leave a Comment