Cricket

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

ବ୍ୟୁରୋ: ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ ।ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ । ୪୨.୫ ଓଭରରେ ଖେଳି ୧୯୧ରନରେ ଅଲଆଉଟ ହେଲା ପାକିସ୍ତାନ ଦଳ । ଭାରତକୁ ୧୯୨ରନର ଟାଗେଟ ଦେଇଛନ୍ତି ପାକିସ୍ତାନ ଦଳ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । କୁଲଦୀପ ଯାଦବ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ ନେଇଥିବାବେଳେ ବୁମରାଙ୍କ ବୋଲକୁ ବୁଝିବା ପୂର୍ବରୁ ଆଉଟ ହୋଇଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚରେ ବୁମରା, ସିରାଜ, କୁଲଦୀପ ଯାଦବ, ଜାଡେଜା ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

Related posts

ମୁଁ କେବଳ ଘରକୁ ଯିବାକୁ ଚାହୁଁଛି… ଆକାଶ ମାର୍ଗ ବନ୍ଦ ଯୋଗୁଁ ଭାରତରେ ଫସି ରହିଛି ୱେଷ୍ଟଇଣ୍ଡିଜ୍ ଦଳ

Odisha Sports Bureau

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

Odisha Sports Bureau

ଆଣ୍ଠୁ ରେ ଆହାତ ଲାଗିଥିବା ଯୋଗୁ ଦିନିକିଆ ବିଶ୍ୱକପରୁ ବାଦ ପଡିଲେ କେନ୍ ୱିଲିୟମସନ