Cricket

IND vs NZ 1st ODI: ଭାରତ ଆଗରେ ୩୦୧ ରନର ଟାର୍ଗେଟ୍

ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ଦଳ ଏକ ଶକ୍ତିଶାଳୀ ଆରମ୍ଭ କରିଥିଲା। ଓପନର୍ ଡେଭନ କନୱେ (୫୬) ଏବଂ ହେନେରି ନିକୋଲ୍ସ (୬୨) ପ୍ରଥମ ୱିକେଟ୍ ପାଇଁ ୧୧୭ ରନ୍‌ର ଭାଗିଦାରୀ କରିଥିଲେ। ତେବେ ମଧ୍ୟକ୍ରମରେ ୱିକେଟ୍ ପତନ ହେବା ପରେ ଡାରିଲ୍ ମିଚେଲ୍ ୭୧ ବଲ୍‌ରୁ ୮୪ ରନ୍ (୫ ଚୌକା ଓ ୩ ଛକା) କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶେଷ ଆଡ଼କୁ କ୍ରିଷ୍ଟିଆନ୍ କ୍ଲାର୍କ ୨୪ ରନ୍ କରି ଦଳୀୟ ସ୍କୋରକୁ ୩୦୦ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।

ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍ କନୱେ (୫୬), ହେନରୀ ନିକୋଲ୍ସ (୬୨), ଏବଂ ଡାରିଲ୍ ମିଚେଲ୍ (୮୪) ଅର୍ଦ୍ଧଶତକ ହାସଲ କରିଥିଲେ। ମିଚେଲ୍ ୭୧ ବଲ୍‌ରେ ସର୍ବାଧିକ ୮୪ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଛକା ଏବଂ ପାଞ୍ଚଟି ଚୌକା ଥିଲା। ସେ ତାଙ୍କର ଶତକରୁ ବଞ୍ଚିତ ହୋଇଥିଲେ। କନୱେ ଏବଂ ନିକୋଲ୍ସ ୧୧୭ ରନ୍ ର ଓପନିଂ ଭାଗୀଦାରି ସହିତ ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଭାରତ ପକ୍ଷରୁ, ମହମ୍ମଦ ସିରାଜ, ହର୍ଷିତ ରାଣା ଏବଂ ପ୍ରସିଦ୍ଧ କୃଷ୍ଣ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। କେବଳ ହର୍ଷିତ ରାଣା ତାଙ୍କର ୧୦ ଓଭର ପୂରଣ କରିଥିଲେ, ୬୫ ରନ୍ ଦେଇଥିଲେ। ସିରାଜ ୮ ଓଭରରେ ୪୦ ରନ୍ ଦେଇଥିଲେ। ଏହାପରେ ଭାରତକୁ ୩୦୧ ରନ୍ ର ଟାର୍ଗେଟ୍ ଦେଇଥିଲା ନ୍ୟୁଜିଲାଣ୍ଡ ଦଳ। ଆଉ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଗିଲ୍ ବାହିନୀ। ପ୍ରଥମେ ଭାରତୀୟ ଇନିଂସର ଓପନିଂ କରିଛନ୍ତି ରୋହିତ ଶର୍ମା ଏବଂ ଶୁଭମନ ଗିଲ। ଲକ୍ଷ୍ୟକୁ ପିଛା କରି ଗିଲ ଏବଂ ରୋହିତଙ୍କୁ ଆରମ୍ଭରେ ସତର୍କତାର ସହିତ ଖେଳିବା ଉଚିତ, କାରଣ ବୋଲରମାନେ ପ୍ରଥମ ୧୦ ଓଭରରେ କିଛି ସହାୟତା ପାଇପାରନ୍ତି।

Related posts

ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଚୟନ

Odisha Sports Bureau

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

Odisha Sports Bureau

ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌