Cricket

ବିସିସିଆଇ ଦକ୍ଷିଣ ଅଫ୍ରିକା ଗସ୍ତ ପୂର୍ବରୁ ୩ଟି ଫର୍ମାଟରେ ଟିମ ଘୋଷଣା କରିଛନ୍ତି

ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ, ଦିନିକିଆ ଓ ଟି ଟ୍ୱେଣ୍ଟି ସିରିଜ ପାଇଁ ଟିମ ଘୋଷଣା । ଟେଷ୍ଟରେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଟି-ଟ୍ବେଣ୍ଟି ପାଇଁ ଅଧିନାୟକ ଅଛନ୍ତି ସୂର୍ୟ୍ୟକୁମାର ଯାଦ। ଦିନିକିଆରେ ଅଧିନାୟକ ହୋଇଛନ୍ତି କେ ଏଲ ରାହୁଲ। ରୋହିତ ଓ ବିରାଟ କୋହଲି କେବଳ ଟେଷ୍ଟ ଟିମରେ ସାମିଲ ଅଛନ୍ତି। ଟିମରେ ପ୍ରଥମ କରି ନୂଆ ଖେଳାଲିଙ୍କୁ ସ୍ଥାନ ମିଳିଛି । ରିଙ୍କୁୂ ଶିଂ ଯଶ୍ୱଶୀ ଜେସୱାଲ ପରି ଯୁବ ଖେଳଳି ଟିମରେ ସାମିଲ ହୋଇଛନ୍ତିା ଅସୁସ୍ଥତା କାରଣରୁ ହାର୍ଦ୍ଧିକ ପାଣ୍ଡ୍ୟା ଭଳି ଅଲରାଉଣ୍ଡର କୌଣସି ଫର୍ମାଟରେ ସାମିଲ ହୋଇନାହାନ୍ତି । ୟୁଜବିନ୍ଧର ଚହଲ ଟିମକୁ ଫେରିଥିବା ବେଳେ ମୁକେଶ କୁମାର ତିନୋଟି ଫର୍ମାଟରେ ଶାମିଲ ଅଛନ୍ତି ।

ଟେଷ୍ଟ ଟିମରେ ଅଛନ୍ତି ଶୁବମନ ଗିଲ, ଯଶସ୍ବୀ ଜୟସ୍ୱାଲ, ଶ୍ରେୟସ ଆୟର, ଋତୁରାଜ ଗାୟକ୍ୱାଡ୍, ଇଶାନ କିଷନ, କେ ଏଲ ରାହୁଲ, ରବୀନ୍ଦ୍ର ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାଦୃଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା।

ସେହିପରି ଦିନିକିଆରେ କେ. ଏଲ୍. ରାହୁଲ ଅଧିନାୟକ ଥିବା ବେଳେ ଟିମରେ ଅଛନ୍ତି, ଋତୁରାଜ ଗାୟକ୍ବାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦପ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଦୀପକ ଚହର।

ଟି-ଟ୍ବେଣ୍ଟିରେ ସୂର୍ଯ୍ୟକୁମାର ଯାଦବ କ୍ୟାପଟେନ ଥିବା ବେଳେ ଟିମରେ ଅଛନ୍ତି, ଯଶସ୍ବୀ ଜୟସ୍ୱାଲ, ଶୁବମନ ଗିଲ୍, ଋତୁରାଜ ଗାୟକ୍ବାଡ୍, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଷାନ, ଜିତେଶ ଶର୍ମା, ରଭୀନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ରବି ବିଷ୍ଣୟୀ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ , ମୁକେଶ କୁମାର ଓ ଦୀପକ ଚହର। ଦ.ଆଫ୍ରିକା ବିରୋଧ ସିରଜରେ ଭାରତ ୨ଟି ଟେଷ୍ଟ ଏବଂ ୩ଟି ଲେଖାଏ ଟି-ଟ୍ବେଣ୍ଟି ଓ ଦିନିକିଆ ଖେଳିବ

Related posts

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

Odisha Sports Bureau

ବିଶ୍ୱକପ ଟ୍ରଫିକୁ ଅନାବରଣ କଲେ ଉର୍ବଶୀ ରୌତେଲା

Odisha Sports Bureau

ଟେଷ୍ଟ କ୍ରିକେଟରେ ଭାରତ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

Odisha Sports Bureau