Cricket

ଏଜବେଷ୍ଟନ ଟେଷ୍ଟ : ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ବର୍ମିହାମ : ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ଘଟିଛି । ଇଂଲଣ୍ଡ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଏହି ୫ ଟିକିଆ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଇଂଲଣ୍ଡ ବିଜୟର ନାୟକ ଥିଲେ ଜନି ବେୟାରଷ୍ଟୋ ଓ ଜୋଏ ରୁଟ । ଉଭୟ ଶତକୀୟ ଇନିଂସ ଖେଳି ଇଂଲଣ୍ଡକୁ ଏକ ଟାର୍ଗେଟର ପିଛା କରି ବିଜୟ ଦେଇଥିଲେ । ରୁଟ୍ ଅପରାଜିତ ୧୪୨ ରନ କରିଥିବାବେଳେ ବେୟାରଷ୍ଟୋ ଅପରାଜିତ ୧୧୪ ରନ କରିଥିଲେ । ବେୟାରଷ୍ଟୋ ପ୍ରଥମ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜାଙ୍କ ଶତକୀୟ ଇନିଂସ ବଳରେ ୪୧୬ ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ମାତ୍ର ୨୮୪ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ୧୩୨ରନର ମହତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଭାରତ କିନ୍ତୁ ନିଜ ୨ୟ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଇଂଲଣ୍ଡ ଆଗରେ ୩୭୮ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା । ଏହି ଲକ୍ଷ୍ୟକୁ ଇଂଲଣ୍ଡ ସଫଳତାର ସହ ହାସଲ କରିନେଇଛି ।

Related posts

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

Odisha Sports Bureau

ଅନିଶ୍ଚିତତାରେ ବାରବାଟୀ ମ୍ୟାଚ

Odisha Sports Bureau

Leave a Comment