Cricket

ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ଖେଳିବେ ସେମି ଫାଇନାଲ

ନୂଆଦିଲ୍ଲୀ: ଟି – ୨୦ କ୍ରିକେଟ ବିଶ୍ୱକପ । ଆଜି ସନ୍ଧ୍ୟାରେ ଭାରତ ଓ ଇଂଲଣ୍ଡ ମୁକାବିଲା । ଗାଏନାରେ ଏହି ମ୍ୟାଚ ଖେଳାଯିବ । ବିଜୟୀ ଦଳ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମ୍ୟାଚ ଖେଳିବ । ପ୍ରଥମ ସେମି ଫାଇନାଲଲରେ ଆଫଗାନିସ୍ତାନକୁ ପରାଜିତ କରି ବିଶ୍ୱକପରେ ପ୍ରଥମ ଥର ପାଇଁ ଫାଇନାଲ ରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା ଟିମ । ଏପଟେ ଦ୍ୱିତୀୟ ସେମି ମୁକାବିଲାରେ ଇଂଲଣ୍ଡ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ୨୦୨୨ ହୋଇଥିବା ଟି -୨୦ ବିଶ୍ୱକପର ମାତ୍ର ୧୯ ମାସର ବ୍ୟବଧାନ ପରେ ପୁଣି ଥରେ ମୁହାଁମୁହିଁ ହେଉଛନ୍ତି ପୁରୁଣା ପ୍ରତିଦ୍ୱନ୍ଦ୍ୱୀ । ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ଖେଳିବେ ସେମି ଫାଇନାଲ । ତେବେ ଇଂଲଣ୍ଡ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବ କିନ୍ତୁ ସେପଟେ ଭାରତ ଲକ୍ଷ୍ୟ ରହିବ ପୂର୍ବ ପରାଜୟର ପ୍ରତିଶୋଧ । ତେବେ ଏହି ମ୍ୟାଚରେ ୨୦,୦୦୦ ଦର୍ଶକ ଧାରଣ କ୍ଷମତା ରଖିଥିବା ଷ୍ଟାଡିୟମ ଗୁରୁବାର ହାଉସ ଫୁଲ ହେବାର ଆସଙ୍କା କରାଯାଉଛି ।
ତେବେ ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଓପନର ଭାବେ ଖେଳିବା ଦିନଠୁ ସେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ତଥାପି ଦଳ ତାଙ୍କ ଉପରେ ଯଥେଷ୍ଟ ସମ୍ଭାବନା ରହିଛି । ଷ୍ଟାଡିୟମର ଗୋଟଏ ପାଶ୍ୱର୍ରେ ଡେମେରାରା ନଦୀ ଓ ଅଦ୍ୟ ଏକ ପାଶ୍ୱର୍ରେ ସମୁଦ୍ର ରହିଥିବାରୁ ପବପର ବେଗ ଅପେକ୍ଷାକୃତ ଅଧିକ ରହିବ । ସ୍ପନରମାନେ ପିଚରୁ ଭରପୁର ଫାଇଦା ଉଠାଇ ପରିବେ ।

Related posts

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

Odisha Sports Bureau

ଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସ

Odisha Sports Bureau

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

Odisha Sports Bureau