Cricket

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ବାର୍ବାଡସ୍ ଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ଜିତିନେଲ ଭାରତ। ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ମନକୁ ଜାଲରେ ଫସାଇ ଦେବା ପରେ ଭାରତ ପ୍ରଥମ ଦିନିକିଆରେ ସହଜ ବିଜୟ ପାଇଛି। ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ। ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।
ରୋହିତ ଶର୍ମା ଏହି ମ୍ୟାଚ୍ରେ ପାଳି ଆରମ୍ଭ କରିବାକୁ ନଆସି ଦୁଇ ଯୁବ ବ୍ୟାଟର୍ ଶୁବମନ ଗିଲ୍ ଓ ଈଶାନ କିଶନଙ୍କୁ ଉପରେ ଛାଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଗିଲ୍ଙ୍କୁ ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ କରାଇ ଜେଡେନ୍ ସିଲ୍ସ ପ୍ରାରମ୍ଭିକ ସଫଳତା ଦେଇଥିଲେ।

Related posts

ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ; ଟି-୨୦ ବିଶ୍ୱ କପ୍ ବିଜୟୀ ହେବ ଭାରତ

Odisha Sports Bureau

୨ୟ ଦିନିକିଆ ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ଭାରତ

Odisha Sports Bureau

ମିଡିଆ ମୈତ୍ରୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Odisha Sports Bureau