Cricket

ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ବାର୍ବାଡସ୍ ଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ଜିତିନେଲ ଭାରତ। ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ମନକୁ ଜାଲରେ ଫସାଇ ଦେବା ପରେ ଭାରତ ପ୍ରଥମ ଦିନିକିଆରେ ସହଜ ବିଜୟ ପାଇଛି। ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ। ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।
ରୋହିତ ଶର୍ମା ଏହି ମ୍ୟାଚ୍ରେ ପାଳି ଆରମ୍ଭ କରିବାକୁ ନଆସି ଦୁଇ ଯୁବ ବ୍ୟାଟର୍ ଶୁବମନ ଗିଲ୍ ଓ ଈଶାନ କିଶନଙ୍କୁ ଉପରେ ଛାଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଗିଲ୍ଙ୍କୁ ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ କରାଇ ଜେଡେନ୍ ସିଲ୍ସ ପ୍ରାରମ୍ଭିକ ସଫଳତା ଦେଇଥିଲେ।

Related posts

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

୧୪ ଦିନ ହୋମ୍ ଆଇସୋଲେସନରେ ରହିବେ ଦକ୍ଷିଣଆଫ୍ରିକା ଖେଳାଳୀ

Odisha Sports Bureau