Football

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ

ନବମ ଥର ଲାଗି ସାଫ ଚାମ୍ପିଅନସିପ ଫୁଟ୍ ବଲ ପ୍ରତିଯୋଗିତାରେ ବଜୟ ହାସଲ କରିଛି ଭାରତ । କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୪(୧-୧) ସଡନଡେଥରେ କୁଏତକୁ ପରାସ୍ତ କରିଛି । ଏହାସହ ଭାରତ ଲଗାତର ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ଜିତିଛି । ଏହି ପ୍ରତିଯୋଗିତାରେ ଅଧିନାୟକ ସୁନିଲ ଛେତ୍ରୀ ୬ଟି ଗୋଲ ଦେଇଥିବା ବେଳେ ତାଙ୍କୁ ମୋଷ୍ଟ ଭାଲ୍ୟୁବଲ ଖେଳାଳି ପୁରସ୍କାର ମିଳିଥିବା ବେଳେ ଗୋଲଡେନ ବୁଟ ମଧ୍ୟ ଦିଆଯାଇଛି । ମ୍ୟାଚ୍ର ୧୫ତମ ମିନିଟ୍ରେ ଅଲ୍ ବ୍ଲୌସିଙ୍କ ପାସ୍କୁ ସାବିବ ଅଲ୍ ଖାଲ୍ଦି ଗୋଲ୍ରେ ପରିଣତ କରି କୁଏତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପରେ ୩୮ତମ ମିନିଟ୍ରେ ଭାରତର ଲାଲିଆଞ୍ଜୁଆଲା ଚାଙ୍ଗଟେ ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲେ। ସାହାଲ ସାମଦଙ୍କ ଚମତ୍କାର କ୍ରସ୍ ପାସ୍କୁ ଚାଙ୍ଗ୍ଟେ କୌଣସି ଭୁଲ୍ ନକରି ସିଧା କୁଏତ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧ ଗୋଲ୍ ଶୂନ୍ୟରେ ସରିଥିଲା। ତେଣୁ ଫଳାଫଳ ଲାଗି ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ମଧ୍ୟ ଫଳାଫଳ ନବାହାରିବାରୁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ଏଥିରେ ଉଭୟ ଦଳ ୪-୪ ସ୍କୋର୍ କରିପାରିଥିଲେ। ଭାରତର ଛେତ୍ରୀ, ସନ୍ଦେଶ ଝିଙ୍ଗାନ, ଚାଙ୍ଗଟେ ଓ ସୁଭାଶିଷ ବୋଷ ସଫଳ ହୋଇଥିଲା ବେଳେ ଉଦାନ୍ତ ସିଂହ ବିଫଳ ହୋଇଥିଲେ। ଶେଷରେ ସଡନଡେଥ୍ ଫଳାଫଳ ବାହାରିଥିଲା। ସଡନ୍ଡେଥ୍ରେ ମହେଶ ସିଂହ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାପରେ କୁଏତର ହାଜିଆଙ୍କ ସଟ୍କୁ ଗୁରୁପ୍ରୀତ ସିଂହ ଅଟକାଇ ଭାରତକୁ ବିଜୟ ଭେଟି ଦେଇଥିଲେ।

 

Related posts

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau

ଇଂରାଜୀ ପ୍ରିମିୟର ଲିଗ୍: ସାଉଥମ୍ପଟନ୍ ମଞ୍ଚେଷ୍ଟର ସିଟିକୁ ୧-୦ରେ ପରାସ୍ତ କରିଛି

Odisha Sports Bureau