Cricket

ମହିଳା ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକା : ଭାରତୀୟ ମହିଳା କ୍ରିକେଟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜେମିମା ରୋଡ୍ରିଗ୍ସ ଏବଂ ରିଚା ଘୋଷଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍ ୭ ଉଇକେଟରେ ପାକିସ୍ତାନ ମହିଳା ଟିମକୁ ପରାସ୍ତ କରିଛି । ରବିବାର ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ଟି-୨୦ ବିଶ୍ୱକପ୍ରେ ପାକିସ୍ତାନକୁ ଭାରତ ୭ ଉଇକେଟରେ ପରାସ୍ତ କରିଛି । କେପଟାଉନର ନ୍ୟୁଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନିର୍ଦ୍ଧାରିତ ୨୦ଓଭରରେ ପାକିସ୍ତନାନ ୧୪୯ରନ୍ ସ୍କୋର କରିଥିଲା। ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ।

 

Related posts

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

Odisha Sports Bureau

ଗୁଜରାଟକୁ ପରାସ୍ତ କରି ତୃତୀୟ ସ୍ଥାନରେ ମୁମ୍ବାଇ