Cricket

ଦକ୍ଷିଣ ଆଫ୍ରିକାକୁ ହରାଇ ୧୯ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ

ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ ।ଅଧିନାୟକ ଉଦୟ ସହରନ୍ ଓ ସଚିନ୍‌ ଧାସ୍‌ ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ର ବିଜୟୀ ଦଳ ସହିତ ଭାରତ ରବିବାର ଫାଇନାଲ୍‌ ଖେଳିବ। ଏହାଫଳରେ ଭାରତ ୨୦୧୬ ପରଠୁ କ୍ରମାଗତ ଭାବେ ଫାଇନାଲ୍‌ରେ ପ୍ରବେଶ କରିବାର ଧାରା ବଜାୟ ରଖିଛି। ମଙ୍ଗଳବାର ମୁକାବିଲାରେ ଭାରତ ଟସ୍‌ ଜିତିବୋଲିଂ କରିଥିଲା ବେଳେ ଦକ୍ଷିଣ ଆଫ୍ରିକାକୁ ୨୪୪/୭ରେ ସୀମିତ ରଖିଥିଲା। ହୁଆନ୍‌ ଡି ପ୍ରିଟୋରିୟସ୍‌ ୭୬, ରିଚାର୍ଡ ସିଲେଟ୍ସୱେନ୍‌ ୬୪ ରନ୍‌ ଦଳୀୟ ସ୍କୋର୍‌ରେ ଯୋଡ଼ିଥିଲେ। ଜବାବରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୨ ରନ୍‌ ମଧ୍ୟରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ତେବେ ଉଦୟ ଓ ସଚିନ୍‌ ଦାୟିତ୍ବବାନ ବ୍ୟାଟିଂ କରି ଭାରତକୁ ବିଜୟ ଆଡ଼କୁ ନେଇଥିଲେ। ଉଭୟ ପଞ୍ଚମ ୱିକେଟ୍‌ରେ ୧୮୭ ବଲ୍‌ରୁ ୧୭୧ ରନ୍‌ ଯୋଡ଼ିଥିଲେ। ସଚିନ୍‌ କିନ୍ତୁ ଶତକଠୁ ୪ ରନ୍‌ ଦୂରରେ ଥାଇ ଆଉଟ୍‌ ହେବାପରେ ଉଦୟ ଖେଳକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ। ବିଜୟଠୁ ୧ ରନ୍‌ ଦୂରରେ ଥିବା ବେଳେ ଉଦୟ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବଲ୍‌ରେ ରାଜ ଲିମ୍ବାନି ଚୌକା ମାରି ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ।

Related posts

୧ ୱିକେଟ ହରାଇ ୧୧ ରନ

Odisha Sports Bureau

ନେଟ୍ ଅଭ୍ୟାସ ସମୟରେ ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ ଆହତ ହୋଇଛନ୍ତି ରିଷଭ ପନ୍ତ

Odisha Sports Bureau

ପଞ୍ଜାବକୁ ହରାଇଲା ୨୪ ରନରେ ବାଙ୍ଗଲୋର

Odisha Sports Bureau