Cricket

ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର

ନୂଆଦିଲ୍ଲୀ-: ଲର୍ଡସ୍‌ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ଦିନ ରୋମାଞ୍ଚକର ହେବାକୁ ଯାଉଛି। ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର। ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ଦ୍ୱିତୀୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ତେବେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି ୱିକେଟ ପଡ଼ିବା ପରେ ରବିବାର ଚତୁର୍ଥ ଦିନରେ ୧୪ଟି ୱିକେଟ ପଡ଼ିଛି। ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୯୨ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ଶୃଙ୍ଖଳାରେ ଆଗୁଆ ହେବା ଲାଗି ଭାରତକୁ ଦ୍ୱିତୀୟ ଇନିଂସରେ ୧୯୩ ରନ୍‌ର ବିଜୟଲକ୍ଷ୍ୟ ମିଳିଛି। ଏହାର ପିଛାକରି ୪ର୍ଥ ଦିନ ଶେଷରେ ଭାରତ ୪ ୱିକେଟ ହରାଇ ୫୮ ରନ୍‌ କରିପାରିଛି। ଜୟସ୍ବାଲ, ନାୟର, ଗିଲ୍‌ଙ୍କ ୱିକେଟ ଗଡ଼ିବା ଭରତ ପାଇଁ ଚିନ୍ତାଜନକ କଥା ହୋଇଛି। ତେବେ କେଏଲ୍ ରାହୁଲ ଅପରାଜିତ ରହିବା ଭାରତକୁ ଆଶା ଦେଇଛି।

ଚା’ପାନ ବିରତି ପରେ ଭାରତ ୧୯୩ ରନ୍‌ ବିଜୟ ଲକ୍ଷ୍ୟରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଯଶସ୍ବୀ ଜୟସୱାଲ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ପରେ କେ.ଏଲ୍‌. ରାହୁଲ ଓ କରୁଣ ନାୟାର ଦଳର ସ୍କୋର୍‌କୁ ୪୧ ରନ୍‌ରେ ପହଞ୍ଚାଇଥିଲେ। ନାୟାର ଗୋଟିଏ ଚୌକା ସହ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ଭାରତକୁ ସବୁଠାରୁ ବଡ଼ ଧକ୍କା ଲାଗିଥିଲା ଯେତେବେଳେ ଫର୍ମରେ ଥିବା ଅଧିନାୟକ ଶୁଭମନ ଗିଲ୍‌ ଆଉଟ୍‌ ହୋଇ ଯାଇଥିଲେ। ଦିନର ଅନ୍ତିମ ଓଭରରେ ଆକାଶ ଦୀପ ୧ ରନ୍‌କରି ବିଦାୟ ନେଇଥିଲେ। ତେବେ ଫର୍ମରେ ଥିବା କେ.ଏଲ୍‌. ରାହୁଲ ୪୬ ବଲ୍‌ରୁ ୬ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଅଛନ୍ତି। ଘରଣି ଦଳ ପକ୍ଷରୁ ବ୍ରାଇଡନ୍‌ କାର୍ସ ୨ଟି ଏବଂ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍‌ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Related posts

ଜୀବନ ପାଇଁ ଲଢ଼ୁଛନ୍ତି ଶାପୁର ଜାଦ୍ରନ

Odisha Sports Bureau

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

Odisha Sports Bureau

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau