Cricket

କ୍ଲିନ ସ୍ୱିପ ଟାର୍ଗେଟରେ ଭାରତ

କଲମ୍ବୋ(ଓଡିଶା ସ୍ପୋର୍ଟସ): ଭାରତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ପ୍ରଥମ ଥର ପାଇଁ ଟସ ଜିତିଛି ଭାରତୀୟ ଦଳ । ଏଥି ସହ ଦିନିକିଆରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଟସ ଜିତିଛନ୍ତି ଶିଖର ଧୱନ । ଦିନିକିଆ ସିରିଜର ଶେଷ ତଥା ତଅତୀୟ ମ୍ୟାଚରେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗବ୍ବର ।
ପ୍ରଥମ ଦୁଇଟି ମ୍ୟାଚରେ ଟସ ହାରିଥିବା ବେଳେ ଉଭୟ ମ୍ୟାଚରେ ଦଳ ବିଜୟ ହାସଲ କରିଥିଲା । ତେବେ ଶେଷ ମ୍ୟାଚରେ ଶିଖର ଟସ ଜିତିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଶେଷ ମ୍ୟାଚ ପାଇଁ ଦଳରେ ମୋଟ ୬ଟି ପରିବର୍ତ୍ତନ କରାଯାଇଛି । ଏଥିମଧ୍ୟରୁ ୫ ଜଣ ଖେଳାଳୀ ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି । ଏପରିକି ଉପଅଧିନାୟକ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ସେମାନେ ହେଉଛନ୍ତି ୱିକେଟ ରକ୍ଷକ ସଞ୍ଜୁ ସାମସନ, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ନୀତିଶ ରାଣା ଏବଂ ପେସ ବୋଲର ଚେତନ ସକାରିୟା । ଏମାନଙ୍କ ବ୍ୟତୀତ ଅଲରାଉଣ୍ଡର କ୍ରୀଷ୍ଣପ୍ପା ଗୌତମ ଏବଂ ରାହୁଲ ଚହରଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ତେବେ ବହୁ ଚର୍ଚ୍ଚାରେ ତିବା ଦେବଦତ୍ତ ପାଡିକଲ କିମ୍ବା ଋତୁରାଜ ଗାଏକ୍ୱାଡ ଡେବ୍ୟୁ ମ୍ୟାଚ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ଏହି ୫ ଜଣ ଖେଳାଳୀଙ୍କ ବ୍ୟତୀତ ନବଦୀପ ସୈନୀ ଏହି ମ୍ୟାଚ ଖେଳୁଛନ୍ତି ।

ସେହିପରି ଶ୍ରୀଲଙ୍କା ଦଳ ମଧ୍ୟ ତିନୋଟି ପରିବର୍ତ୍ତନ ସହ ତୃତୀୟ ମ୍ୟାଚ ଖେଳିବ । ପ୍ରବୀଣ ଜୟବିକ୍ରମା, ରମେଶ ମେଣ୍ଡୀସ୍ ଓ ଅକିଲା ଧନଞ୍ଜୟଙ୍କୁ ଶେଷ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ମ୍ୟାଚରେ ଉପ ଅଧିନାୟକ ଭାବେ ଖେଳିବାକୁ ସୁଯୋଗ ମିଳିଛି । ତେବେ ଦ୍ୱିତୀୟ ମ୍ୟାଚର ହିରୋ ଦୀପକ ଚହର ଏବଂ ଭୁବନେଶ୍ୱର କୁମାରଙ୍କୁ ଦଳରେ ସ୍ତାନ ନଦେବା ସମସ୍ତଙ୍କୁ ଚକିତ କରିଛି । ତେବେ ୨-୦ ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ ଜିତି କ୍ଲିନ ସ୍ୱିପ କରିବା ଆଶାରେ ରହିବ ।

ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ପୃଥ୍ୱୀ ଶ’, ସଞ୍ଜୁ ସାମସନ୍ (ୱିକେଟକିପର), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, କ୍ରିଷ୍ଣାପ୍ପା ଗୌତମ, ରାହୁଲ୍ ଚହର୍, ନଭଦୀପ ସାଇନି, ଚେତନ ସାକାରିୟା।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ଭାନୁକା ରାଜପାକସା, ଧନଞ୍ଜୟ ଡି’ସିଲଭା, ଚରିଥା ଅସଲଙ୍କା, ଦାସୁନ୍ ଶନାକା (କ୍ୟାପଟେନ୍), ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଅକିଲା ଧନଞ୍ଜୟ, ପ୍ରବୀଣ ଜୟବିକ୍ରମା

Related posts

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Odisha Sports Bureau

ନକ୍ଆଉଟ ମୁକାବିଲା ଆରମ୍ଭ; ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଭାରତ

Odisha Sports Bureau

ଏପ୍ରିଲ୧୫ରେ ବିଶ୍ୱକପ ଦଳ ଘୋଷଣା