Cricket

ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ଅହମଦାବାଦରେ ହୋଟେଲ ରୁମ୍ ଭଡ଼ା ୧ଲକ୍ଷ ଟଙ୍କା

ଅହମଦାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ବିଶ୍ବକପ୍ ୨୦୨୩ର ମ୍ୟାଚ୍ ଅହମଦାବାଦରେ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଏବେଠାରୁ ଉତ୍ସାହିତ ରହିଥିବା ବେଳେ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି । ଅହମ୍ମଦାବାଦର ହୋଟେଲରେ ରୁମ୍ ଚାର୍ଜ ବଢିଯାଇଛି । ମ୍ୟାଚ୍କୁ ଆଉ ୧୦୦ ଦିନ ବାକି ଥିବା ବେଳେ ଏବେଠାରୁ ହୋଟେଲରେ ରୁମ ବୁକ କରିବା ପାଇଁ ସର୍ବନିମ୍ନ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି ।

ବିଶ୍ୱକପ ୨୦୨୩ରେ ପାଖାପାଖି ୫ଟି ମ୍ୟାଚ୍ ଅହମଦାବାଦରେ ଖେଳାଯିବ । ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ । ଏଥିପାଇଁ ସବୁ ପଞ୍ଚତାରକା ହୋଟେଲରେ ରୁମର ଦାମ୍ ବଢାଇଦିଆଯାଇଛି । ହୋଟେଲ ଦାମ୍ ପାଖାପାଖି ୧୦ ଗୁଣା ବଢାଇଦିଆଯାଇଛି । ଗୋଟେ ରାତିକୁ ପାଖାପାଖି ୧ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସବୁ ରୁମ୍ ମଧ୍ୟ ବୁକ୍ ହୋଇସାରିଛି । ଅହମଦାବାଦରେ ସାଧାରଣତଃ ୫ରୁ ୮ ହଜାର ଭିତରେ ବିଳାସପୂର୍ଣ୍ଣ ରୁମ୍ ମିଳିଯାଏ । କିନ୍ତୁ ଏବେ ଏହାର ଦାମ୍ ୫୦ ହଜାରରୁ ୧ ଲକ୍ଷ ପର୍ୟ୍ୟନ୍ତ ପହଞ୍ଚିସାରିଛି ।

ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି । ଅକ୍ଟୋବର ୫ରେ ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ତା’ ପରେ ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ, ନଭେମ୍ବର ୪ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ନଭେମ୍ବର ୧୦ରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଏବଂ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦୁଇ ଭୀଷଣ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବାକୁ କ୍ରିକେଟ୍ ପ୍ରେମୀଙ୍କର ଅଭୂତପୂର୍ବ ଚାହିଦାର ଫଳ ସ୍ବରୂପ ହୋଟେଲ୍ ରୁମ୍ ଭଡ଼ା ଆକସ୍ମିକ ଭାବେ ବୃଦ୍ଧି ପାଇଛି ବୋଲି ଅନୁମାନ କରାଯାଉଛି।

Related posts

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ଭାରତର ଦମଦାର୍ ପ୍ରଦର୍ଶନ, ଜିମ୍ବାୱେ ସାମ୍ନାରେ ବଡ଼ ଲକ୍ଷ

Odisha Sports Bureau

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau