Cricket

ଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ

ମୋହାଲି: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପଞ୍ଜାବର ମୋହାଲିସ୍ଥିତ ‘ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏହି ମ୍ୟାଚ । ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଭାରତ ୧ ୱିକେଟ୍ ହରାଇ ୧୦.୪ ଓଭର୍ ଖେଳି ୫୭ ରନ୍ ସଂଗ୍ରହ କରିଛି। ଏଥିରେ ରୋହିତ ଶର୍ମା ୩୨ ରନ୍ ସଂଗ୍ରହ କରି କ୍ୟାଚ ଆଉଟ ହୋଇଥିଲେ । ହନୁମା ବିହାରୀ ୬ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୩୩ ବଲ୍ ଖେଳି ୨୧ ରନ୍ ସଂଗ୍ରହ କରିଛନ୍ତି ।

ଏଥିରେ ପ୍ରଥମ ଟସ୍ ଭାରତ ଜିତିଥିଲା । ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ଅଧିନାୟକ ରୋହିତ ଶର୍ମା ନିଷ୍ପତ୍ତି ନେଇଥିଲେ । ଏଥିସହ ଭାରତୀୟ ଟିମରେ ରୋହିତ ଶର୍ମା, ଏମ୍. ଅଗରୱାଲ୍, ଏଚ୍. ବିହାରୀ, ଭି. କୋହଲି, ଏସ୍. ଆୟେର୍ (ୱିକେଟ୍ ରକ୍ଷକ), ଆର୍. ଜାଡେଜା, ଆର୍. ଅଶ୍ବିନୀ, ଏମ୍. ଶାମି, ଜେ. ବୁମ୍ରା ଏବଂ ଜେ. ଯାଦବ ଖେଳୁଛନ୍ତି ।

Related posts

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

Odisha Sports Bureau

କିକ୍ରେଟରୁ ସନ୍ୟାସ ନେଲେ ମାଲିଙ୍ଗା

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

Odisha Sports Bureau