Cricket

ବିସିସିଆଇ ପକ୍ଷରୁ ବିରାଟଙ୍କୁ ସମ୍ମାନିତ

(ମୁମ୍ବାଇ) : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଆଜି ନିଜର ୧୦୦ତମ ଟେଷ୍ଟ ଖେଳିଛନ୍ତି। ୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ତାଙ୍କୁ ଭାରତୀୟ ଟିମର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି। ଏହି ଅବସରରେ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଓ ଭାଇ ବିକାଶ କୋହଲି ମଧ୍ୟ ଉପସ୍ଥିତ ଥିଲେ।

ସୂଚାନନାନୁଯାୟୀ , କୋହଲି ମଧ୍ୟ ଏହି ବିଶେଷ ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ପିଢିଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। କୋହଲି କହିଛନ୍ତି ‘ଏହା ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ମୋ ପତ୍ନୀ ଓ ମୋ ଭାଇ ଏଠାରେ ଉପସ୍ଥିତ ଅଛନ୍ତି। ସମସ୍ତେ ମୋ ପାଇଁ ଗର୍ବିତ। ଏହା ଏକ ଟିମ୍ ଖେଳ ଏବଂ ଆପଣଙ୍କ ବିନା କିଛି ବି ସମ୍ଭବ ନୁହେଁ।’ ଏହି ଅବସରରେ କୋହଲି ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

 

Related posts

ବିସିସିଆଇ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଷ୍ଟାର କ୍ରିକେଟର ବିରାଟ

Odisha Sports Bureau