Cricket

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

(ଓଡିଶା ସ୍ପୋର୍ଟ): ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଟିମ୍ ଆଜି ଇତିହାସ ରଚିଛି। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍ ସିରିଜ୍ ଜିତିଛି। ସିଡନିରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚକୁ ବର୍ଷା କାରଣରୁ ଡ୍ର ଘୋଷଣା କରାଯାଇଥିଲା । ଆଉ ୨-୧ରେ ସିରିଜ୍କୁ କବ୍ଜା କରିଥିଲା ଭାରତ । ପ୍ରଥମରୁ ଟିମ ଇଣ୍ଡିଆ ଆଡିଲେଡ୍ ଟେଷ୍ଟକୁ ୩୧ରନରେ ଜିତିଥିଲା । ପରେ ପର୍ଥରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୪୬ ରନରେ ନିଜ ଅକ୍ତିଆରକୁ ଆଣିଥିଲା । ହେଲେ ମେଲବର୍ଣ୍ଣ ତୃତୀୟ ଟେଷ୍ଟରେ ଭାରତ ପୁଣି କମବ୍ୟାକ୍ କରିଥିଲା ମ୍ୟାଚକୁ ୧୩୭ ରନରେ ଜିତିଥିଲା ।

ଟେଷ୍ଟ ସିରିଜ୍ରେ ପୂଜାରା ସର୍ବାଧିକ ୫୨୧ ରନ୍ କରି ମ୍ୟାନ ଅଫ୍ ଦ ସିରିଜ ଓ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଛନ୍ତି । ଖାସ କରି କ୍ୟାପଟେନ୍ ବିରାଟଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହା।ଯାଉଛି । କାରଣ ଏହାପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜାତିବାର ସ୍ୱାଦ ଚାଖିନାହାନ୍ତି ।

Related posts

ଆସନ୍ତାକାଲି ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

ଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau