Cricket

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

(ଓଡିଶା ସ୍ପୋର୍ଟ): ଆସନ୍ତା କାଲି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଦିଲ୍ଲୀର ଫିରୋଜେ ଶାହା କୋଟଲା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଚାରୋଟି ମ୍ୟାଚରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ କାଲିର ମ୍ୟାଚ ରୋମାଞ୍ଚକର ହେବ । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ପ୍ରଥମ ଦୁଇଚି ମ୍ୟାଚକୁ ଭାରତ ଜିତିଥିବା ବେଳେ ଶେଷ ଦୁଇଟି ମ୍ୟାଚରେ ଦମ୍ଦାର କମ୍ବ୍ୟାକ କରିଛି ଅଷ୍ଟ୍ରେଲିଆ ।

ସିରିଜ ଏବେ ୨-୨ରେ ବରାବର ଥିବାରୁ ଉଭୟ ଦଳ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦୁଇଟି ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରି ଲଗାତର ଭାବେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦଳର ମନୋବଳ ନିଶ୍ଚିତ ଭାବରେ ବଢିଥିବ । ରାଞ୍ଚିରେ ଫିଞ୍ଚଙ୍କ ଫର୍ମ ଫେରିବା ଓ ମୋହାଲିରେ ଟର୍ଣ୍ଣରଙ୍କ ଟର୍ଣ୍ଣିଂ ଇନିଂସ ଅଷ୍ଟ୍ରେଲିଆକୁ ଆହୁରି ଶକ୍ତିଶାଳୀ କରିବା ସ୍ୱଭାଭିକ । ଅନ୍ୟ ଦିଗକୁ ନଜର ପକାଇଲେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଭଲ ଖବର । ରିଷଭ ପନ୍ତ କାଲି ପ୍ରଥମଥର ପାଇଁ ନିଜ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବେ । ଖରାପ ୱିକେଟ କିପିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ପନ୍ତ, ନିଜକୁ ସଜାଡିବାକୁ ଏକ ବଡ ସୁଯୋଗ ପାଇବେ । ବିଶ୍ୱକପ ପୂର୍ବରୁ ଏହା ତାଙ୍କର ସବୁଠାରୁ ବଡ ପରୀକ୍ଷା ହୋଇପାରେ । ଗତ ମ୍ୟାଚରେ ଭୁବନେଶ୍ୱର କୁମାର ଡେଥ୍ ଓଭରରେ ନିରାଶ୍ କରିଥିଲେ । କାଲି ଯଦି ମହମ୍ମଦ ସାମି ଫିଟ୍ ଥିବେ ତେବେ ଟିମ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର କୁମାରଙ୍କ ବଦଳରେ ତାଙ୍କୁ ଖେଳାଇପାରେ ।

Related posts

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ଦ୍ୱିତୀୟ ଟି୨୦, ଟସ ଜିତି ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ

Odisha Sports Bureau