Cricket

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

(ଓଡିଶା ସ୍ପୋର୍ଟ): ଆସନ୍ତା କାଲି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଦିଲ୍ଲୀର ଫିରୋଜେ ଶାହା କୋଟଲା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଚାରୋଟି ମ୍ୟାଚରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ କାଲିର ମ୍ୟାଚ ରୋମାଞ୍ଚକର ହେବ । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ପ୍ରଥମ ଦୁଇଚି ମ୍ୟାଚକୁ ଭାରତ ଜିତିଥିବା ବେଳେ ଶେଷ ଦୁଇଟି ମ୍ୟାଚରେ ଦମ୍ଦାର କମ୍ବ୍ୟାକ କରିଛି ଅଷ୍ଟ୍ରେଲିଆ ।

ସିରିଜ ଏବେ ୨-୨ରେ ବରାବର ଥିବାରୁ ଉଭୟ ଦଳ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଦୁଇଟି ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରି ଲଗାତର ଭାବେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦଳର ମନୋବଳ ନିଶ୍ଚିତ ଭାବରେ ବଢିଥିବ । ରାଞ୍ଚିରେ ଫିଞ୍ଚଙ୍କ ଫର୍ମ ଫେରିବା ଓ ମୋହାଲିରେ ଟର୍ଣ୍ଣରଙ୍କ ଟର୍ଣ୍ଣିଂ ଇନିଂସ ଅଷ୍ଟ୍ରେଲିଆକୁ ଆହୁରି ଶକ୍ତିଶାଳୀ କରିବା ସ୍ୱଭାଭିକ । ଅନ୍ୟ ଦିଗକୁ ନଜର ପକାଇଲେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଭଲ ଖବର । ରିଷଭ ପନ୍ତ କାଲି ପ୍ରଥମଥର ପାଇଁ ନିଜ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବେ । ଖରାପ ୱିକେଟ କିପିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ପନ୍ତ, ନିଜକୁ ସଜାଡିବାକୁ ଏକ ବଡ ସୁଯୋଗ ପାଇବେ । ବିଶ୍ୱକପ ପୂର୍ବରୁ ଏହା ତାଙ୍କର ସବୁଠାରୁ ବଡ ପରୀକ୍ଷା ହୋଇପାରେ । ଗତ ମ୍ୟାଚରେ ଭୁବନେଶ୍ୱର କୁମାର ଡେଥ୍ ଓଭରରେ ନିରାଶ୍ କରିଥିଲେ । କାଲି ଯଦି ମହମ୍ମଦ ସାମି ଫିଟ୍ ଥିବେ ତେବେ ଟିମ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର କୁମାରଙ୍କ ବଦଳରେ ତାଙ୍କୁ ଖେଳାଇପାରେ ।

Related posts

ଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟର

Odisha Sports Bureau

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

Odisha Sports Bureau

ଏୟାରପୋର୍ଟରେ ଖେଳାଳିଙ୍କ ସାଧାରଣ ଜ୍ଞାନ ପରୀକ୍ଷା

Odisha Sports Bureau