(ଓଡ଼ିଶା ସ୍ପୋର୍ଟ) : ଆଜି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ମ୍ୟାଚ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ଥିବାରୁ ମ୍ୟାଚକୁ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ବିରାଟ ବାହୀନିକୁ ପରାସ୍ତକରି ସିରିଜକୁ ଫେରିବାକୁ ଖେଳିବ ଅଷ୍ଟ୍ରେଲିଆ । ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିବା ବିରାଟ ଅଷ୍ଟ୍ରେଲିଆର ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଭାରତ ପାଇଁ ଫିଞ୍ଚଙ୍କ ଫର୍ମ ବାଧକ ସାଜିପାରେ । ନାଗପୁର ମ୍ୟାଚରେ ୩୭ ରନ କରିଥିବା ଫିଞ୍ଚ ଫର୍ମକୁ ଫେରିଲେ ଭାରତୀୟ ରଣନୀତିକୁ ଫେଲ୍ କରିପାରନ୍ତି । ଭାରତ ପକ୍ଷରୁ ଯଶପ୍ରିତ ବୁମରା ଅଷ୍ଟ୍ରେଲିଆକୁ କଡା ଚ୍ୟାଲେଞ୍ଜ ଦେବେ ।
ଫର୍ମରେ ଥିବା ଗ୍ଲେମ ମ୍ୟାକ୍ସୱେଲ ଭାରତର ସବୁଠାରୁ ବଡ ଚିନ୍ତା ହୋଇପାରନ୍ତି । ଉଭୟ ଦେଶର ସ୍ପିନ ବିଭାଗ ବ୍ୟାଟ୍ସମ୍ୟାନମାନଙ୍କର କଡା ପରୀକ୍ଷା ନେଇପାରନ୍ତି । ଭାରତୀୟ ଓପନର ଫର୍ମରେ ନଥିବା ବେଳେ ଅଷ୍ଟ୍ରେଲିଆର ଓପନର ଉସମାନ ଖ୍ୱାଜାଙ୍କ ଦମଦାର ଫର୍ମ ମ୍ୟାଚରେ ଫରକ ପକାଇପାରେ । ସିରିଜରେ ରହିବାକୁ ହେଲେ ଅଷ୍ଟ୍ରେଲିଆକୁ କାଲିର ମ୍ୟାଚ ଜିତିବା ନିହାତି ଆବଶ୍ୟକ ।