Cricket

ଅଷ୍ଟ୍ରେଲିଆର ଚମତ୍କାର ବ୍ୟାଟିଂ, ୩୧୫ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ରାଞ୍ଚି ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ ନେଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍‌ ସଂଗ୍ରହ କରିଥିଲେ । ଫର୍ମକୁ ଫେରିଥିବା ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ବଢ଼ିଆ ବ୍ୟାଟଂ କରିଥିଲେ । ତେବେ ୯୩ ରନ୍‌ କରି ମାତ୍ର ୭ ରନ୍‌ ପାଇଁ ତାଙ୍କୁ ଶତକରୁ ବଞ୍ଚିତ କରିଥିଲେ କୁଲଦୀପ ଯାଦବ । ଫିଞ୍ଚ୍‌ ୯୯ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ କରିଛି ।

ତେବେ ଉସମାନ୍‌ ଖ୍ଵାଜା ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ଏବଂ ଭାରତ ପକ୍ଷରୁ ସଫଳ ବୋଲର୍ ଭାବେ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।

Related posts

ଗ୍ଲାମୋର୍ଗାନ୍ ବ୍ୟାଟ୍ସମ୍ୟାନ୍ ହ୍ୟୁ ମୋରିସ୍ 62 ବର୍ଷ ବୟସରେ ପରଲୋକ…

Odisha Sports Bureau

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

Odisha Sports Bureau

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

Odisha Sports Bureau