ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ୨୦ ଶନିବାର ବର୍ମିଂହାମ ଠାରେ ଖେଳାଯିବ ।ପ୍ରଥମ ମ୍ୟାଚ୍ରେ ଭାରତ ୫୦ ରନ୍ରେ ବିଶାଳ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ୍ରେ ବି ବିଜୟ ସହ ସିରିଜ ନିଶ୍ଚିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପ୍ରଥମ ଟି୨୦ରୁ ବିଶ୍ରାମ ପରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ମ୍ୟାଚରେ ଖେଳିବେ । ଦୀର୍ଘ ଦିନ ଧରି ଫର୍ମ ସହ ସଂଘର୍ଷ କରୁଥିବା କୋହଲିଙ୍କ ଉପରେ ଚାପ ରହିବ । ଏକ ବଡ଼ ଇନିଂସ୍ ସହ ବିଫଳତା ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି ।ଅନ୍ୟପକ୍ଷେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା ପ୍ରସ୍ତୁତ କରୁଛି ।
ତେବେ ପ୍ରଥମ ମ୍ୟାଚ୍ରେ ଭାରତ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଭାରତୀୟ ଦଳର ବିଜୟ ପଛରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିଭଳି ପ୍ରଥମ ମ୍ୟାଚ୍ରୁ ବିଶ୍ରାମ ନେଇଥିବା ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରା ଭଳି ସିନିୟର ଖେଳାଳି ଦଳକୁ ଫେରିଛନ୍ତି ।କୋଭିଡ୍ ସଂକ୍ରମିତ ହେବା ପରେ ପ୍ରଥମ ଟି୨୦ରୁ ଅଧିନାୟକ ରୋହିତ ଫେରିଥିଲେ ଏବଂ ତାଙ୍କ ନେତୃତ୍ୱରେ ଦଳ ଅଲରାଉଣ୍ଡ ପ୍ରଦର୍ଶନ ସହ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ଦ୍ରୁତ ବୋଲର ମଧ୍ୟ ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପକୁ ରୋକିବାରେ ସଫଳ ହୋଇଥିଲେ ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ/ଦୀପକ ହୁଡ଼ା/ଶ୍ରେୟାସ ଆୟର,ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।
ଇଂଲଣ୍ଡ ଦଳ: ଜୋସ ବଟଲର(ଅଧିନାୟକ), ଜାସନ ରୟ, ଦାୱିଦ ମଲାନ, ମୋଇନ ଅଲି, ଲାଏମ ଲିଭିଂଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଡେଭିଡ୍ ୱିଲି, ରିଚାର୍ଡ ଗ୍ଲିସନ, ମାଟ ପାର୍କିନସନ ।