Cricket

ଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ସଞ୍ଜୁ ସାମସନ କି ଇଶାନ କିଶନ? ଶେଷ ମ୍ୟାଚ୍ ପୂର୍ବରୁ ଚୟନ ସସପେନ୍ସ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ତିରୁଅନନ୍ତପୁରମରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଏବେ ୩-୧ରେ ଅଗ୍ରଣୀ ରହିଛି। ଶେଷ ମ୍ୟାଚ୍‌କୁ ନେଇ ସବୁଠୁ ବଡ ଆକର୍ଷଣ ହେଉଛି ପ୍ଲେଇଂ ଇଲେଭେନରେ ସଞ୍ଜୁ ସାମସନ ଓ ଇଶାନ କିଶନଙ୍କ ମଧ୍ୟରେ ଚୟନ। ଏହି ସିରିଜରେ ସଞ୍ଜୁ ସାମସନ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ସେ ଏପର୍ଯ୍ୟନ୍ତ ଖେଳିଥିବା ଚାରୋଟି ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବାରେ ବିଫଳ ରହିଛନ୍ତି।

ଅନ୍ୟପଟେ, ଇଶାନ କିଶନ ଆହତ ଯୋଗୁଁ ଚତୁର୍ଥ ଟି-୨୦ ଖେଳିନଥିଲେ ମଧ୍ୟ ଏବେ ସମ୍ପୂର୍ଣ୍ଣ ଫିଟ୍ ଥିବା ସୂଚନା ମିଳିଛି। ପୂର୍ବ ମ୍ୟାଚ୍‌ଗୁଡିକରେ ତାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଦଳ ପ୍ରବନ୍ଧନଙ୍କୁ ଚୟନ ନେଇ ଦ୍ୱନ୍ଦ୍ୱରେ ପକାଇଛି। ଭାରତୀୟ ଦଳର ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ ସ୍ୱୀକାର କରିଛନ୍ତି ଯେ ସଞ୍ଜୁ ସାମସନ ଏହି ସିରିଜରେ ଆଶାଯୋଗ୍ୟ ପ୍ରଦର୍ଶନ କରିନାହାନ୍ତି, କିନ୍ତୁ ସେ ଜଣେ ମ୍ୟାଚ୍ ବିଜେତା ଖେଳାଳି। ସେହିପରି, ଇଶାନ କିଶନ ମଧ୍ୟ ଶେଷ ମ୍ୟାଚ୍ ପାଇଁ ପୂର୍ଣ୍ଣ ଭାବେ ଉପଲବ୍ଧ ରହିବେ ବୋଲି କୋଚ୍ ଆଶା ପ୍ରକାଶ କରିଛନ୍ତି। ଏବେ ସବୁଙ୍କ ନଜର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ। ଦେଖିବାକୁ ରହିଲା ଯେ, ଶେଷ ଟି-୨୦ରେ ଟିମ୍ ଇଣ୍ଡିଆ ସଞ୍ଜୁ ସାମସନଙ୍କୁ ତାଙ୍କ ଘରୋଇ ମାଟିରେ ସୁଯୋଗ ଦେବ ନା ଇଶାନ କିଶନଙ୍କୁ ଓପନିଂ ଭାବେ ମଇଦାନକୁ ଓହ୍ଲାଇବ।

Related posts

ଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣା

Odisha Sports Bureau

ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ରାଗିଗଲେ ମହମ୍ମଦ ଶାମି

Odisha Sports Bureau

ଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜ