Cricket

କଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସବୁବେଳେ ଖୁବ୍ ଉତ୍ସାହ ରହିଥିବାବେଳେ ପୁଣି ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଭାରତ ଓ ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ । କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ୟ୍ୟାୟ ଶେଷ ହୋଇସାରିଛି । ବର୍ତ୍ତମାନ ସୁପର-୪ ଷ୍ଟେଜର ମ୍ୟାଚ୍ ଜାରି ରହିଛି। ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ହରାଇ ସାରିଥିବାବେଳେ ଏବେ ସୁପର-୪ର ସମସ୍ତ ମ୍ୟାଚ୍ କଲମ୍ବୋରେ ଖେଳାଯିବ । କିନ୍ତୁ କଲମ୍ବୋର ପାଣିପାଗ ରିପୋର୍ଟ ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ତେବେ ଭାରତ ଓ ପାକିସ୍ତାନ ଖେଳ ଉପରେ ସମସ୍ତଙ୍କର ନଜର ରହିଥିବାବେଳେ ଏମିତି ପାଗରେ ସେହିଦିନ ଯଦି ଖେଳ ଉପରେ ପ୍ରଭାବ ପକାଏ ତେବେ କେଉଁ ଟିମ୍ ଫାଇନାଲ ଖେଳିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Related posts

ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ

ଧୋନିଙ୍କଠାରୁ ମ୍ୟାଚ୍ ଜିତିବାର କୌଶଳ ଶିଖିଛନ୍ତି ରିଙ୍କୁ ସିଂ; ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ କଣ କହିଛନ୍ତି ଶୁଣନ୍ତୁ?

Odisha Sports Bureau

ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନରାଇଚର୍ସ ହାଇଦ୍ରାବାଦ କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau