Hockey

ଏସିଆ କପ ହକି ପ୍ରତିଯୋଗିତା: ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ

ଭୁବନେଶ୍ୱର: ଆଜିଠୁ ଏରିନାରେ ହେବ ଏସିଆ କପ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି ।ତେବେ ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ୦-୧ ଗୋଲରେ ଆଗୁଆ ରହିଛି । ଏହି ହାଇଭୋଲଟେଜ ମ୍ୟାଚକୁ ହକିପ୍ରେମୀ ଚାହିଁ ବସିଥିଲେ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେଉଛନ୍ତି । ଭାରତ ଏବଂ ପାକିସ୍ତାନ ବ୍ୟତୀତ ପ୍ରଥମ ଦିନରେ ଓମାନ ଏବଂ ମାଲେସିଆ ମଧ୍ୟ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁଯାୟୀ ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୫ ଟାରୁ ଆରମ୍ଭ ହୋଇଛି ।

ପାକିସ୍ତାନ ପରେ ଭାରତ ସେ ୨୪ରେ ଜାପାନ ଏବଂ ପରେ ମେ ୨୬ରେ ଆୟୋଜକ ଇଣ୍ଡୋନେସିଆକୁ ଭେଟିବ । ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ରେ ଖେଳିଥିଲେ ଯେଉଁଥିରେ ଭାରତ ୪-୩ରେ ଜିତି ବ୍ରୋଞ୍ଜ ପଦକ ଜିତିଥିଲା ​​| ଗତ ସଂସ୍କରଣରେ ଫାଇନାଲରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା । ଉଭୟ ଭାରତ ଓ ପାକିସ୍ତାନ ୩ ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି ।

ମ୍ୟାଚ ପୂର୍ବରୁ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ଆମେ ଆମର ଶ୍ରେଷ୍ଠ ପଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବୀରେନ୍ଦ୍ର ଲାକ୍ରା । କନିଷ୍ଠ ଖେଳାଳିଙ୍କ ପାଇଁ ଏହା ନିଆରା ଅଭିଜ୍ଞତା ହେବେ । ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ।

Related posts

FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ଓଡିଶାର ଅଜମିନା କୁଜୁର ମନୋନୀତ

Odisha Sports Bureau

ଫାଇନାଲରେ ଆଜେଣ୍ଟିନା

Odisha Sports Bureau

ଜାତୀୟ ବାଳିକା ହକି ପ୍ରତିଯୋଗିତା : ୫ଟି ମ୍ୟାଚରେ ୬୧ଗୋଲ୍

Odisha Sports Bureau