Hockey

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ପୋଲିସ ହକି

(ଓଡିଶାସ୍ପୋର୍ଟସ ): ଭୁବନେଶ୍ୱରରେ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ଆୟୋଜିତ କରାଯିବାକୁ ସ୍ଥିର ହୋଇଛି । ଭୁବନେଶ୍ୱରରେ ହକି ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ଥିବାରୁ ସର୍ବଭାରତୀୟ ପୁଲିସ୍ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ପୁଲିସ୍କୁ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅଧିକାର ଦେଇଛି। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବାକୁ ଗୁରୁବାର ଭୁବନେଶ୍ବରସ୍ଥିତ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍ରେ ଡିଜିପି ବିଜୟ କୁମାର ଶର୍ମାଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଏହା ଉପରେ ରାଜ୍ୟ କ୍ରୀଡ଼ା ବିଭାଗ ସହ ଆଲୋଚନା କରାଯାଇ କ୍ରୀଡ଼ା ସୂଚୀ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଛି। ଚଳିତ ବର୍ଷ ଜାତୀୟ ସ୍ତରରେ ପାଖାପାଖି ୩୦ ଦଳରୁ ୬୦୦ରୁ ପ୍ରତିଯୋଗୀ ଏଥିରେ ଅ˚ଶଗ୍ରହଣ କରିବେ। ସଫଳ ଆୟୋଜନ ପାଇଁ ୫୦ରୁ ଅଧିକ କ୍ରୀଡ଼ା ପ୍ରଶାସକ ମଧ୍ୟ ନିୟୋଜିତ ହେବେ। ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଓ ସବ୍ କମିଟି ଗଠନ କରାଯିବ। ଡିଜିପି ବିଜୟ କୁମାର ଶର୍ମା ପ୍ରତିଯୋଗିତା ପରିଚାଳନା ସମିତିର ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିବେ।

Related posts

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau