Cricket

ପାକିସ୍ତାନକୁ ଝଟକା; ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ : ଏଥର  ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ ୨୦୨୩ ।  ଭାରତର ୧୨ଟି ପଡ଼ିଆରେ ଖେଳାଯିବ ଏହି ବିଶ୍ୱକପ ମ୍ୟାଚ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ତେବେ ରିପୋର୍ଟ ମୁତାବକ ପାକିସ୍ତାନକୁ ଆଇସିସି(ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ) ଝଟକା ଦେଇଛି | କାରଣ  ସେତେବେଳେ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ସେମାନେ ଅହମ୍ମଦାବାଦରେ ଭାରତ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବେ ନାହିଁ। ଏହା ବ୍ୟତୀତ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଚେନ୍ନାଇରେ ଆଫଗାନିସ୍ତାନ ବିପକ୍ଷରେ ଏବଂ ବାଙ୍ଗାଲୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଚାହୁଁନାହିଁ। ଉଭୟ ଚେନ୍ନାଇ ଏବଂ ବାଙ୍ଗାଲୋରରେ ସ୍ଥାନଗୁଡିକ ଅଦଳବଦଳ କରିବାକୁ ପିସିବି ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା। ତେବେ ବିସିସିଆଇ ଏବଂ ଆଇସିସି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନୁରୋଧକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ସ୍ଥିର ହୋଇଥିବା ଡ୍ରାଫ୍ଟ ସୂଚୀ ଅନୁଯାୟୀ ଏହି ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

ଖବର ଅନୁଯାୟୀ, କାର୍ଯ୍ୟସୂଚୀରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଏବଂ ବିସିସିଆଇ ପାଖରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ଦାବି କରିଥିଲା | କିନ୍ତୁ ରିପୋର୍ଟ ଅନୁଯାୟୀ, ଉଭୟ ଆଇସିସି ଓ ବିସିସିଆଇ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ କଳହ ଲାଗି ରହିଛି। ବାସ୍ତବରେ, ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ୍ ଖେଳିବାକୁ ବିସିସିଆଇ ମନା କରିଦେଇଥିଲା। ତେବେ ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ ଲିଗ୍ ମ୍ୟାଚ୍ ଖେଳାଯିବ।

Related posts

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau

ମଇଦାନରେ କପୋତ ଘଉଡେଇଲେ ଖେଳାଳି

Odisha Sports Bureau

ଆଇସିସି ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି ଫିଲ୍ଡରେ କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି

Odisha Sports Bureau