Cricket

ଆଇସିସି ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି ଫିଲ୍ଡରେ କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି

ବ୍ୟୁରୋ : ବିଶ୍ବକପ୍ ରେ ଭାରତ ସ୍ପିନ୍ ପିଚ୍କୁ ଅଧିକ ପସନ୍ଦ କରୁଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅକ୍ଟୋବର ୮ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ଏନେଇ କାକର ର ସମସ୍ୟା ଦୂର କରିବା ପାଇଁ ଏକ ବଡ ପଦକ୍ଷପ ନିଆଯାଇଛି । ଆଇସିସି ପକ୍ଷରୁ ସମସ୍ତ ଷ୍ଟାଡିୟମରେ ନୂଆ ନିୟମ ଲାଗୁ କରାଯାଉଛି। ଅକ୍ଟୋବର ଏବଂ ନଭେମ୍ବରରେ ଅନେକ ଭାରତୀୟ ସ୍ଥାନରେ ପ୍ରବଳ କାକରର ପ୍ରାଦୁର୍ଭାବ ଚିନ୍ତାର କାରଣ ସାଜିଥାଏ । ଗତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ସମୟରେ ୟୁଏଇରେ ପ୍ରବଳ କାକର ପଡ଼ିବାରୁ ମ୍ୟାଚ୍ଗୁଡ଼ିକ ପ୍ରଭାବିତ ହୋଇଥିଲାବେଳେ ଏହାକୁ ଦୃଷ୍ଟିରେ ରଖି ପିଚ୍ରେ ଯଥାସମ୍ଭବ ଘାସ ରଖିବାକୁ ଆଇସିସି ପକ୍ଷରୁ କ୍ୟୁରେଟରଙ୍କୁ ପରାମର୍ଶ ଦିଆଯାଇଛି। ଦେଶର ପୂର୍ବ, ପଶ୍ଚିମ ଓ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ବିଶ୍ବକପ୍ ସମୟରେ ଅଧିକ କାକର ପଡ଼ିବା ସମ୍ଭାବନା ରହିଛି। ଏହାବାଦ୍ ଚେନ୍ନାଇ ଓ ବେଙ୍ଗାଲୁରୁ ମ୍ୟାଚ୍ଗୁଡ଼ିକରେ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ମ୍ୟାଚ୍ ରେ ଯେପରି ଟସ୍ ହୋଇପାରିବ ଓ ଖେଳ ସୁରୁଖୁରୁରେ ଚାଲିପାରିବ ତାହା ଉପରେ ଆଇସିସି ଅଧିକ ଧ୍ୟାନ ଦେଉଛି।
ସେହିପରି ବ୍ୟାଟ୍ ଓ ବଲ୍ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିବା ପାଇଁ ବାଉଣ୍ଡରି କୁ ଯଥାସମ୍ଭବ ବଡ଼ ରଖିବାକୁ ଆଇସିସି ପରାମର୍ଶ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ମ୍ୟାଚ୍ ଆୟୋଜନ ସ୍ଥଳର ଅଧିକାରୀଙ୍କୁ ବାଉଣ୍ଡରିର ମାପ ପାଖାପାଖି ୭୦ ମିଟର ରଖିବାକୁ କୁହାଯାଇଛି। ଆନ୍ତର୍ଜାତିକ ମ୍ୟାଚ୍ଗୁଡ଼ିକରେ ସର୍ବନିମ୍ନ ବାଉଣ୍ଡରି ମାପ ୬୫ ମିଟର ରହିଥିଲା ବେଳେ ସର୍ବାଧିକ ୮୫ ମିଟର ପର୍ଯ୍ୟନ୍ତ ରହିଥାଏ। ପୁରୁଣା ଷ୍ଟାଡିୟମ୍ଗୁଡ଼ିକରେ ବାଉଣ୍ଡରୀ ୭୦ରୁ ୭୫ ମିଟର ପର୍ଯ୍ୟନ୍ତ ରହିଛି। ତେଣୁ ୭୦ ମିଟରରୁ ଅଧିକ ପର୍ଯ୍ୟନ୍ତ ବାଉଣ୍ଡରି ରଖିବାକୁ କ୍ୟୁରେଟରଙ୍କୁ କୁହାଯାଇଥିବା ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

Related posts

ଆଜିରୁ ଆରମ୍ଭ ହୋବ ଭାରତ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ

Odisha Sports Bureau

ଜୁନରୁ ଟି-୨୦ ବିଶ୍ୱକପ, ୯ ତାରିଖରେ ଭାରତ- ପାକିସ୍ତାନ ମୁହାଁମୁହିଁ

Odisha Sports Bureau

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

Odisha Sports Bureau