Cricket

T-20 ବିଶ୍ୱକପର ଆୟୋଜକ ଆମେରିକା- ୱେଷ୍ଟଇଣ୍ଡିଜ

ଟି-୨୦ ବିଶ୍ୱକପ ପାଇଁ ଭେନ୍ୟୁ ଚୂଡାନ୍ତ ହୋଇଛି । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଆୟୋକ ଅଛନ୍ତି । ଆଇସିସି ପକ୍ଷରୁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ଆମେରିକାର ୩ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଟେକ୍ସାସର ଡଲାସ୍ ଠାରେ ଥିବା ଗ୍ରାଣ୍ଡ୍ ପ୍ରାଇରି ଷ୍ଟାଡିୟମ, ଫ୍ଲୋରିଡାର ଲାଉଡରହିଲ୍ ସ୍ଥିତ ବ୍ରୋୱାର୍ଡ଼ କାଉଣ୍ଟି ଷ୍ଟାଡିୟମ ଏବଂ ନ୍ୟୁୟର୍କରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ । ଗ୍ରାଣ୍ଡ୍ ପ୍ରାଇରି ଓ ବ୍ରୋୱାର୍ଡ଼ କାଉଣ୍ଟି  ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ବୃଦ୍ଧି କରାଯିବ ।

ସେହିପରି ନ୍ୟୁୟର୍କର ଆଇଜନହାୱର ପାର୍କ ଠାରେ  ନୂଆ କରି ଏକ ଅସ୍ଥାୟୀ ମଡ୍ୟୁଲାର ଷ୍ଟାଡିୟମ ନିର୍ମାଣ କରାଯିବ । ଯାହାର ଦର୍ଶକ ଧାରଣ କ୍ଷମତା ୩୪,୦୦୦  ରହିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୪ ପାଇଁ ପ୍ରଥମେ ଆମେରିକାର ୪ଟି ଭେନ୍ୟୁ ତାଲିକାଭୁକ୍ତ କରାଯାଇଥିଲା । ସେଥିମଧ୍ୟରୁ ମୋରିସ୍ଭିଲକୁ ବାଦ୍ ଦିଆଯାଇଛି ।

ତେବେ ଆଇସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନ୍ୟୁୟର୍କରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ୍ର ୭ଟି ଭେନ୍ୟୁରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜିତ ହେବ ।

ବିଶ୍ୱକପ୍ର ନବମ ସଂସ୍କରଣରେ ମୋଟ ୨୦ଟି  ଦଳ ଭାଗ ନେବେ । ଦଳ ଗୁଡ଼ିକୁ ୪ଟି ଗ୍ରୁପ୍ (୫ଟି  ଲେଖାଏଁ)ରେ ଭାଗ କରାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ  ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ  ହେବେ । ସୁପର-୮ରେ ୨ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ଭାଗ ନେବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି  ଲେଖାଏଁ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ ।

Related posts

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

Odisha Sports Bureau

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

Odisha Sports Bureau

ଧୋନି ଦେଲେ ବଡ଼ ଚେତାବନୀ : କ୍ୟାପ୍ଟେନ୍ସି ଛାଡ଼ିଦେବି

Odisha Sports Bureau