More Sports

ଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ ରେ ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

ନୂଆଦିଲ୍ଲୀ: ସୀୟ କ୍ରୀଡା ଉଦଘାଟନୀ ସମାରୋହ ରେ ଧ୍ୱଜା ବାହକ ହେବେ ହରମନପ୍ରୀ ସିଂହ । ଆସନ୍ତା ୨୩ ତାରିଖ ଠାରୁ ଚିନର ହ୍ୟାଙ୍ଗଝାଓରେ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକା ଧରିବେ (ଧ୍ୱଜାବାହାକ) ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ମହିଳା ବକ୍ସର ଲଭଲିନା ବୋରଗୋହେନ । ଭାରତର ଚିଫ୍ ଡି’ ମିଶନ ଭୁପିନ୍ଦର ସିଂହ ବାଜୱା କହିଛନ୍ତି, ଦୀର୍ଘସମୟ ଆଲୋଚନା ପରେ ଚଳିତଥର ହରମନପ୍ରୀତ ସିଂହ ଓ ଲଭଲିନା ଉଦ୍ଘାଟନ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏସିଆ କ୍ରୀଡ଼ା ନିମନ୍ତେ ଘୋଷିତ ଭାରତୀୟ ଦଳରେ ୬୫୫ଜଣ ଆଥଲେଟ୍ ଅଛନ୍ତି। ଏହି କ୍ରୀଡ଼ାବିତ୍ମାନେ ୪୧ଟି ବିଭାଗରେ ଭାରତକୁ ପ୍ରତିନିଧିତ୍ବ କରିବେ। ଏସୀୟ କ୍ରୀଡ଼ା ଆସନ୍ତା ୨୩ରେ ଉଦ୍ଘାଟିତ ହେବାକୁ ଥିବା ବେଳେ କ୍ରିକେଟ୍, ଫୁଟବଲ, ଭଲିବଲ ପରି କ୍ରୀଡ଼ା ବିଭାଗର ଯୋଗ୍ୟତାଅର୍ଜନ ପର୍ୟ୍ୟାୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।

Related posts

ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ

Odisha Sports Bureau

ଆଇବିଏସଏଫ୍ ବିଶ୍ୱ ଟିମ୍ ସ୍ନୁକର ଟାଇଟଲ୍ ଜିତିଲେ ଆଡଭାନି-ମେହତାଙ୍କ ଯୋଡି

Odisha Sports Bureau

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି