Cricket

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ: ସିରିଜ ବିଜୟ ଲକ୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ ।ପ୍ରଥମ ଦୁଇଟି ମ୍ୟାଚରେ ଭାରତର ଶୌଚନୀୟ ପରାଜୟ ପରେ ବିଶାଖାପାଟଣାରେ ଅନୁଷ୍ଠିତ ତୃତୀୟ ଟି୨୦ରେ ଭାରତ ଲଢୁଆ ପ୍ରଦର୍ଶନ କରି ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା । ତଥାପି ଭାରତୀୟ ଦଳ ଉପରୁ ସିରିଜ୍ ପରାଜୟ ବିପଦ ଟଳି ନାହିଁ । ଭ୍ରମଣକାରୀ ଦଳ ୨-୧ରେ ସିରିଜ୍ ଆଗୁଆ ରହିଥିବାରୁ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

ଆଜିର ମ୍ୟାଚ ସୁନିଶ୍ଚିତ କରିବ ଦଳ ଆଗକୁ ବଢିବ ଅଥବା ପରାଜୟର ସମ୍ମୁଖୀନ ହେବ । କାରଣ ଆଜିର ମ୍ୟାଚ୍ ହାରିଲେ ଦକ୍ଷିଣ ଆଫ୍ରିକା ସିରିଜ୍ ହାତେଇ ନେବ । ଭାରତ ବିଜୟୀ ହେଲେ ସିରିଜ୍ ୨-୨ରେ ବରାବର ହୋଇଯିବ । ଅନ୍ୟପଟେ ଗତ ତିନିଟି ମ୍ୟାଚରେ ଶ୍ରେୟସ ଆୟର ଓ ଅଧିନାୟକ ରିଷଭ ପନ୍ତ ଭଲ ପ୍ରଦର୍ଶନ କରୁନଥିବାରୁ ଦଳ ଚିନ୍ତାରେ ରହିଛି ।ସିରିଜକୁ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚ୍ ବି ଜିିତିବା ଜରୁରୀ ।

ଦିଲ୍ଲୀ ଓ କଟକରେ ପରାଜୟ ପରେ ବିଶାଖାପାଟଣାରେ ଭାରତ ବିଜୟୀ ହୋଇଥିଲା ।ଯାହାପରେ ଆଜିର ମ୍ୟାଚରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ବିଶାଖାପାଟଣାରେ ଭାରତୀୟ ବୋଲରଙ୍କ ମଧ୍ୟରୁ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା । ସେହିଭଳି ଅଭିଜ୍ଞ ଖେଳାଳି ଭୁବନେଶ୍ୱର କୁମାର ରନ୍ ରୋକିବା ସହ ନିୟମିତ ବ୍ୟବଧାନରେ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ହର୍ଷଲ ପଟେଲ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ସହ ବିଶାଖାପାଟଣାରେ ୪ଟି ୱିକେଟ୍ ନେଇଥିଲେ । ଅନ୍ୟପକ୍ଷେ, ଦକ୍ଷିଣ ଆଫ୍ରିକା ବିଶାଖାପାଟଣାରେ ଝୁଣ୍ଟିବା ପରେ ରାଜକୋଟରେ ସିରିଜ୍ କବଜା କରିବାକୁ ଜିତୋଡ ମେହନତ କରିବ ।

Related posts

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ

Odisha Sports Bureau

ମୁଁ ସବୁବେଳେ ଧୋନିଙ୍କ ଫ୍ୟାନ୍ ହୋଇ ରହିବି: ହାର୍ଦ୍ଦିକ

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T-20

Odisha Sports Bureau

Leave a Comment