Cricket

ଓଡ଼ିଶା କିକ୍ରେଟ ଟିମରେ ଓଡ଼ିଆ ପୁଅ ସ୍ୱସ୍ତିକ

(ଓଡିଶା ସ୍ପୋର୍ଟସ ): କ୍ରୀଡ଼ା ଜଗତରେ ଓଡ଼ିଆ ପୁଅ ସ୍ୱସ୍ତିକ ସାମଲଙ୍କ କମାଲ । କୋରାପୁଟ ଜିଲ୍ଲାର ସ୍ୱସ୍ତିକ ସାମଲ ଓଡ଼ିଶା କ୍ରିକେଟ ବିଜୟ ହଜାରେ ଟ୍ରଫିରେ ଖେଳିବା ପାଇଁ ମନୋନୀତ ହେବା ପରେ ସ୍ୱସ୍ତିକଙ୍କ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି। କୋରାପୁଟ ପୂଜାରୀପୁଟରେ ଜନ୍ମ ଗ୍ରହଣ କରିଥିବା ସ୍ୱସ୍ତିକଙ୍କର ପିଲାଟି ଦିନରୁ କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା। ବିଜୟ ହଜାରେ ଟ୍ରଫି ପାଇଁ ମନୋନୀତ ହେବା ପରେ ତାଙ୍କ ଘରେ ଉତ୍ସବ ପାଳନ କରାଯାଇଛି। ସାଙ୍ଗସାଥୀଙ୍କ ଗହଣରେ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି। ୨୦୧୫-୧୬ରେ ସ୍ୱସ୍ତିକ ୧୬ବର୍ଷରୁ କମ ଦଳରେ ସ୍ଥାନ ପାଇ ରାଜ୍ୟସ୍ତରୀୟ କ୍ରିକେଟ ଆରମ୍ଭ କରିଥିଲେ। ପରେ ବିନୁମଙ୍କଡ଼, କୁଚ ବେହାର, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭାଗ ନେଇ ନିଜର ପରାକାଷ୍ଠା ଦେଖାଇଛନ୍ତି। କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିବାରୁ ଭବିଷ୍ୟତରେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ସ୍ୱସ୍ତିକ ଓ ପରିବାର।

Related posts

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau

ଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା

Odisha Sports Bureau