Cricket

ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

କଲମ୍ବୋ: ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ୨୩୧ ଟାର୍ଗେଟକୁ ପିଛା କରି ଭାରତ ୨୩୦ ରନରେ ଅଲଆଉଟ୍ ହୋଇଛି । ବିଜୟ ପାଇଁ ୧୪ ବଲରେ ୧ ରନ୍ ଥିବାବେଳେ ଆଉଟ୍ ହୋଇଛନ୍ତି ଅର୍ଶଦୀପ ।

ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ସମାନ ୨୩୦ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ଟାଇ ହୋଇଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ୧୩ ଓଭରରେ ୭୫ ରନ୍‌ର ଭାଗୀଦାରି ଗଢ଼ି ଭଲ ମୂଳଦୁଆ ପକାଇଥିଲେ। କିନ୍ତୁ ଶୁବମନ (୧୬) ଆଉଟ୍‌ ହେବା ପରେ ଅନ୍ୟମାନେ ପଛକୁ ପଛ ପାଭିଲିୟନ୍‌ ଫେରିଥିଲେ। ରୋହିତ ଏକମାତ୍ର ବ୍ୟାଟର୍‌ ଭାବେ ଅର୍ଦ୍ଧଶତକ ଅର୍ଜନ କରିଥିଲେ।

୧୩୨/୫ ସ୍କୋର ବେଳେ ଭାରତ ସଂଘର୍ଷ କରୁଥିଲା ବେଳେ କେଏଲ୍‌ ରାହୁଲ୍‌ (୩୧) ଓ ଅକ୍ଷର ପଟେଲ୍‌ (୩୩) କିଛି ସମୟ ପାଇଁ ସ୍ଥିତି ସମ୍ଭାଳି ନେଇଥିଲେ। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ପ୍ରଥମେ ୨୫ ରନ କରି ଶିବମ ଦୁବେ ଆଉଟ ହୋଇଥିଲେ ।

ଏହାପରେ ପ୍ରଥମ ବଲରେ ଅର୍ଶଦୀପ ଆଉଟ ହୋଇଯିବାରୁ ଭାରତ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଛି। ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କାର ନୂଆ ଅଧିନାୟକ ଚରିତ ଅସଲଙ୍କା କମାଲ କରିଛନ୍ତି।ୱାନିନ୍ଦୁ ହସରଙ୍ଗା ଓ ଚରିତ ଅସଲଙ୍କା ୩ ଲେଖାଏଁ ୱିକେଟ୍‌ ନେଇ ଭାରତୀୟ ବ୍ୟାଟିଂ ଦାହଲାଇ ଦେଇଥିଲେ ।

Related posts

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ଅନ୍ୟର ଭୁଲ ପାଇଁ ଶେଷ ହୋଇ ଗଲା ତାଙ୍କ କ୍ୟାରିୟର

Odisha Sports Bureau

୨୦୧୯ ଆଇପିଏଲ ବିଦେଶରେ ଖେଳାଯିବ

Odisha Sports Bureau