Cricket

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦

(ଓଡିଶା ସ୍ପୋର୍ଟସ ):  ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ପ୍ରଥମ ଟି-୨୦ ମୁକାବିଲା ହେବ । ବିଶ୍ୱକପରେ ପରାଜୟ ପରେ ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ସଫଳତା ହାସଲ କରିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ ଇଣ୍ଡିଆ ଏଥି ପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଭାରତୀୟ ସମୟ ରାତି ୭ଟାରୁ ଏହି ମ୍ୟାଚ ଖେଳାଯିବ ।

ଟିମ ଇଣ୍ଡିଆର ପ୍ରଶଂସକଙ୍କ  ମନରେ ପ୍ରଶ୍ନ ଉଠୁଛି ଯେ, ବିରାଟ କୋହଲି ନିଜର ଅଧିନାୟକତ୍ୱ ଯାଦୁ ଧର୍ମଶାଳାରେ ମଧ୍ୟ ଜାରି ରଖିବେ । ସେ ୱେଷ୍ଟଇଣ୍ଡିଜରେ ଶୃଙ୍ଖଳା ଜିତିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ସଫଳ ମଧ୍ୟ ହୋଇଥିଲେ ।
ବିରାଟ କୋହଲିଙ୍କୁ ଏହି ମ୍ୟାଚ ଜିତିବା ପାଇଁ ଚାପର ଶିକାର ମଧ୍ୟ ହେବାକୁ ପଡ଼ିପାରେ । କାରଣ ୱେଷ୍ଟଇଣ୍ଡିଜର ବ୍ୟାଟିଂ ତୁଳନାରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅଧିକ ମଜବୁତ ।
ଭାରତୀୟ ଟିମ: ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ (ୱିକେଟକିପର), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ୱାଶିଂଟନ ସୁନ୍ଦର, ଦୀପକ ଚାହର, ନଭଦୀପ ସାଇନି, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ରାହୁଲ ଚାହର, ଖଲିଲ ଅହମଦ
ଦକ୍ଷିଣ ଆଫ୍ରିକା ଟିମ: କ୍ୱିଣ୍ଟନ ଡି-କକ (ଅଧିନାୟକ), ରିଜା ହେଣ୍ଡରିକ, ରସଇ ଭାନ ଡର ଦୁସେନ, ତେମ୍ବା ବାଭୁମା, ଆଣ୍ଡିଲେ ଫେଲୁକାୱା, ଡ୍ୱେଇନ ପ୍ରିଟୋରିୟସ, କାଗିସୋ ରାବଡା, ବେଉରାନ ହ୍ୟାଣ୍ଡରିଚ, ଜିନିଅର ଡାଲା, ତବରିଜ ଶାମିସ, ଆନରିଚ ନୋରଟି, ଭୋଜମ ଫରଟ୍ୟୁନ, ଜର୍ଜ ଲିଣ୍ଡେ

Related posts

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ଯୁବରାଜ ; ପନ୍ତଙ୍କୁ ଟେଷ୍ଟ କ୍ରିକେଟର ଅଧିନାୟକ ଭାବରେ ପ୍ରସ୍ତୁତ କରାଯାଉ

Odisha Sports Bureau

ଫ୍ଲେକ୍ସିବିଲିଟି ପ୍ରଶ୍ନ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କ ଜବାବ ଭାଇରାଲ

Odisha Sports Bureau