Cricket

ଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲା

(ଓଡ଼ିଶାସ୍ପୋର୍ଟ): ଦୀର୍ଘ ୨୪ ବର୍ଷ ପରେ ଅବଧ ଦୀପାବଳି ପୂର୍ବ ସନ୍ଦ୍ୟାରେ ଲଖନଉ କ୍ରିକେଟ ଷ୍ଟାଡ଼ିୟମ୍ରେ ଛକା ଚୌକା ଦେଖିବାକୁ ମିଳିବ । ଉତ୍ତର ପ୍ରଦେଶର ରାଜଧାନୀର ନୂଆ ନଭେଲ ଇଳାନା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ୍ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ନଭେମ୍ବର ୬ରେ ୨ୟ ଟି ୨୦ ମୁକାବିଲା ହେବ । ଏହି ମ୍ୟାଚର ୫୦ ହଜାର ଦର୍ଶକ ସାକ୍ଷୀ ରହିବେ । ଦୀର୍ଘ ଅଢ଼େଇ ଦଶକ ମଧ୍ୟରେ ଏଠାରେ ମ୍ୟାଚ ଖେଳାଯାଇ ନଥିବାରୁ ଏବେ କ୍ରିକେଟ ଆୟୋଜନକୁ ନେଇ ସହରବାସୀ ଉତ୍ସାହିତ ଦେଖାଯାଇଛନ୍ତି।

ଲଖନଉର କେଡି ସିଂହ ବାବୁ ଷ୍ଟାଡିୟମରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ୧୯୯୪ ଜାନୁଆରୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହା ପରେ ଅନ୍ୟ ସବୁ ଆଇପିଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ କାନପୁରରେ ଆୟୋଜନ ହୋଇ ଆସୁଛି । ଅତ୍ୟାଧୁନିକ ସୁବିଧାଯୁକ୍ତ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଅଛନ୍ତି ।

ଏହି ଷ୍ଟାଡିୟମରେ ୯ଟି ପିଚ ଅଛି । ସୁନ୍ଦର ଡ୍ରେସିଂ ରୁମ ସହିତ ଧବଳ ବର୍ଣ୍ଣର ସୂର୍ୟ୍ୟକିରଣରେ ଦର୍ଶକ ଭିନ୍ନତା ଅନୁଭବ କରିଥାନ୍ତି । ଇକାନା ସ୍ପୋଟର୍ସ ସିଟିର ପରିଚାଳନା ନିର୍ଦ୍ଦେଶକ ଉଦୟ ସିହ୍ନା ରବିବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କ୍ରିକେଟ ପ୍ରେମୀ ମ୍ୟାଚକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି । ଅନଲାଇନ ଟିକେଟ ବିକ୍ରି ଶେଷ ହୋଇ ଯାଇଥିବା ବେଳେ କାଉଣ୍ଟର ଟିକେଟ ପାଇଁ ୨ ଦିନ ହେବ ପ୍ରବଳ ଭିଡ ହୋଇଛି । ମ୍ୟାଚର ସବୁଠାରୁ କମ ଦାମର ଟିକେଟ ହେଉଛି ୧୦୦୦ ଟଙ୍କା । ବକ୍ସ ଟିକେଟ ୨୩୦୦୦ ଟଙ୍କା ରଖାଯାଇଛି ବୋଲି ସେ କହିଛନ୍ତି ।

Related posts

ଶ୍ରେୟସ ଆୟର ରଚିଲେ ଇତିହାସ

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

Odisha Sports Bureau

ଅନ୍ତିମ ଦିନିକିଆ, ସିରିଜ ଲକ୍ଷ୍ୟରେ ଉଭୟ ଦଳ

Odisha Sports Bureau

Leave a Comment