Cricket

ଦୃଷ୍ଟିହୀନ ଟି-୨୦ରେ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ

ନେପାଳରେ ଅନୁଷ୍ଠିତ ହେଇଥିବା ମହିଳା ଦୃଷ୍ଟିହୀନ ଟି-୨୦ରେ କ୍ରିକେଟ୍ ଦଳକୁ ଓଡ଼ିଆ ଝିଅ ଫୁଲ ସୋରେନ ବିଜୟ ଦେଇଛନ୍ତି। ଚାଲିଥିବା ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ମଙ୍ଖଳାର ବୁଧବାର ଦ୍ବିତୀୟ ମ୍ୟାଚ୍ରେ ଭାରତ ୯ ୱିକେଟ୍ରେ ନେପାଳକୁ ପରାସ୍ତ କରିଛି।ପ୍ରଥମ ମ୍ୟଚରେ ନେପାଳଠୁ ହାରିଥିଲା ଭାରତ । ବୁଧୁବାର ଭାରତ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନେଇଥିବା ଘରୋଇ ଦଳ ସମସ୍ତ ୱିକେଟ ହରାଇ ୧୭୨ ରନ୍ କରିଥିଲା। ସରିତା ଗିମିରେ ୫୬ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ ସୁଷମା ପଟେଲ, ଗଙ୍ଗା ଓ ଫୁଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟ ସବୁ ବ୍ୟାଟର୍ ରନ୍ଆଉଟ୍ ହୋଇଥିଲେ। ଜବାବରେ ଭାରତ ୧୪.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗଙ୍ଗା (୨୨ ରନ୍) କେବଳ ଆଉଟ୍ ହୋଇଥିଲା ବେଳେ ସିମୁ ଦାସ (୬୬ଞ୍ଚ) ଓ ଫୁଲ (୬୫ଞ୍ଚ) ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ସିମୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୁକ୍ରବାର ଭାରତ ଏହି ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଖେଳିବ।

 

Related posts

୪୦୦୦ ରନ୍ ସଂଗ୍ରହ କରି ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି ଋଷଭ

Odisha Sports Bureau

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …

ଦିଲ୍ଲୀରେ ଟି-୨୦ ମ୍ୟାଚ ନ କରିବାକୁ ବିସିସିଆଇକୁ ଅନୁରୋଧ

Odisha Sports Bureau