Cricket

ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୭ ୱିକେଟ୍‌ରେ ବିଜୟୀ ହେଲା ଭାରତ

ନୂଆଦିଲ୍ଲୀ:- ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଜିତିଲା ଭାରତ । ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ ହରାଇ ଭାରତ ସହଜରେ ଜିତିନେଇଛି । ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି । ତେବେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ । ଏହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର କ୍ରମାଗତ ଦଶମ ଟେଷ୍ଟ ସିରିଜ ବିଜୟ । ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ୨୦୦୨ ମସିହାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଭାରତକୁ ପରାସ୍ତ କରିଥିଲା । ସେବେଠାରୁ, ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଜିତି ନାହିଁ ।

Related posts

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau

ସୋଫି ସାଇନଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ଶିଖର ଧାୱନ…

Odisha Sports Bureau

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

Odisha Sports Bureau