Uncategorized

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଆରମ୍ଭ ହୋଇ ଯାଇଛି ଏସିଆନ ପାରା ଗେମ୍ସ । ଏସିଆନ ଗେମ୍ସ ଭଳି ଏହି ଇଭେଣ୍ଟରେ ମଧ୍ୟ କମାଲ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳୀ । ସେଠାରେ ଚାଲିଥିବା ୪ର୍ଥ ଏସିଆନ୍ ପାରା ଗେମ୍ସ ୨୦୨୩ରେ ପୁରୁଷ ହାଇ ଜମ୍ପ ଟି-୪୭ରେ କମାଲ କରିଛି ଭାରତ । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ଜିତିଛି ଭାରତ । କ୍ଲବ ଥ୍ରୋ ଏଫ୫୧ରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି । ଭାରତର ନିଶାଦ କୁମାର ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ ପୁରୁଷ ହାଇ ଜମ୍ପ ଟି୬୩ ଏବଂ ପୁରୁଷ କ୍ଲବ ଥ୍ରୋ ଏଫ୫୧ରେ ୩ଟି ଯାକ ମେଡାଲ ଜିତିଛି ଭାରତ । ହାଇଜମ୍ପ ଟି୬୩ରେ ଶୈଳେଶ କୁମାର ସ୍ୱର୍ଣ୍ଣ, ମରିୟପ୍ପନ ଥଙ୍ଗାଭେଲୁ ରୌପ୍ୟ ଏବଂ ରାମ ସିଂ ପାଧିୟାର ବ୍ରୋଞ୍ଜ ଜିତିଛନ୍ତି । ଶୈଳେଶ କୁମାର ୧.୮୨ ମିଟର ଏସିଆ ପାରା ଖେଳରେ ରେକର୍ଡ କରିବା ସହିତ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେବେ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ ।

Related posts

ଗୋଟିଏ ପାଳିରେ ୪୨୭ ରନ୍‌, ୩୬୪ ରନ୍‌ର ବିଜୟ

Odisha Sports Bureau

ପୁରୁଷ ଡିସ୍କସ୍ ଥ୍ରୋରେ ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ

Odisha Sports Bureau

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau