More Sports

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୮ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ବକ୍ସିଂ ଦଳର ଘୋଷଣା କରାଯାଇଛି। ଏହି ଦଳରେ ୬ ଥର ଏସୀୟ ଚାମ୍ପିଅନସିପ୍ ପଦକ ବିଜେତା ଶିବ ଥାପା, ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭଲିନା ବର୍ଗୋହେଁ ଏବଂ ଦୁଇଥର ବିଶ୍ବ ବିଜୟିନୀ ବିଜେତା ନିଖତ ଜରୀନ୍ ସ୍ଥାନ ପାଇଛନ୍ତି।

ନିକଟରେ ବିଶ୍ବ ଚାମ୍ପିଅନ୍ସିପ୍ରେ କାଂସ୍ୟ ପଦକ ପାଇଥିବା ତଥା ନିୟମିତ ଭାବେ ସ୍ଥିର ପ୍ରଦର୍ଶନ ଦେଇଆସୁଥିବା ଦୀପକ ଭୋରିଆ ୫୧ କେଜି, ଅନ୍ୟତମ ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ଯୁବ ବକ୍ସର ନିଶାନ୍ତ ଦେବ ୭୧ କେଜି, ୨୦୨୧ ଏସୀୟ ଚାମ୍ପିଅନ୍ ସଂଜୀତ କୁମାର ୯୨ କେଜି ଏବଂ ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ନରେନ୍ଦର ବେରୱଲ ୯୨ କେଜିରୁ ଊର୍ଦ୍ଧ୍ବ ବର୍ଗର ହେଭିୱେଟ୍ ଓ ସୁପର ହେଭିୱେଟ୍ ବିଭାଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ବିଶ୍ବ ଯୁବ ଚାମ୍ପିଅନ୍ ସଚିନ୍ ୫୭ କେଜି ଓ ତିନିଥର ଜାତୀୟ ବିଜେତା ଲକ୍ଷ୍ୟ ଚହର ୮୦ କେଜିରେ ବରିଷ୍ଠ ଅଭିଯାନ ଆରମ୍ଭ କରିବେ।

ଏମାନଙ୍କ ବ୍ୟତୀତ ମହିଳାରେ ଏସୀୟ ବିଜେତା ପରବିନ୍ ହୁଦା ୫୭ କେଜି, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଜସ୍ମିନ୍ ଲମ୍ବୋରିଆ ୬୦ କେଜି, ୨୦୨୧ ବିଶ୍ବ ଯୁବା ବିଜେତା ଅରୁନ୍ଧତୀ ଚୌଧୁରୀ ୬୬ କେଜି, ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ପ୍ରୀତି ୫୪ କେଜିରେ ଏସୀୟ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରିବେ। ଭାରତୀୟ କ୍ରୀଡ଼ାବିତମାନେ ଏସୀୟ କ୍ରୀଡ଼ା ପାଇଁ ଭଲ ପ୍ରସ୍ତୁତି କରିଛନ୍ତି। ବକ୍ସିଂରେ ଭାରତ ବହୁତ ଆଗକୁ ବଢିବାରେ ଲାଗିଛି। ବିଶ୍ବ ଚାମ୍ପିଅନସିପରେ ଭାରତୀୟ ବକ୍ସରମାନଙ୍କର ପ୍ରଦର୍ଶନକୁ ଦେଖି ଏସୀୟ କ୍ରୀଡ଼ାରେ ସେମାନେ ଆଧିପତ୍ୟ ବିସ୍ତାର କରିବେ ବୋଲି ଭାରତୀୟ ବକ୍ସିଂ ମହାସଂଘ ସଭାପତି ଅଜୟ ସିଂହ ସୂଚନା ଦେଇଛନ୍ତି।

Related posts

ଫିଫା ଅଣ୍ଡ-୧୭ ମହିଳା ବିଶ୍ୱ କପ୍ ପରବର୍ତ୍ତି ବର୍ଷ ଭାରତରେ ଖେଳାଯିବ

Odisha Sports Bureau

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

Odisha Sports Bureau