Cricket

ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ

ଇଂଲଣ୍ଡ-: ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲଙ୍କ ଧୂଆଁଧାର ବ୍ୟାଟିଂରେ ୧୬୧ ରନ୍ ଏବଂ ରାହୁଲ, ଜାଡେଜା ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଇନିଂସରେ ୪୨୭ ରନ୍ କରି ପାଳି ଘୋଷଣା କରିଥିଲା ଭାରତୀୟ ଦଳ । ଏହାସହ ପ୍ରଥମ ଇନିଂସରେ ୧୮୦ ରନର ଅଗ୍ରଣୀ ନେଇଥିବା ଭାରତ, ଦ୍ୱିତୀୟ ଇନିଂସ ଶେଷ ସୁଦ୍ଧା ୬୦୮ ରନର ବିଜୟଲକ୍ଷ୍ୟ ଦେଇଛି ।

ଏହି ମ୍ୟାଚରେ ପ୍ରଥମ ଇନିଂସରେ ଦ୍ୱିଶତକ ଓ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଗିଲ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଶୁବମନ । ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ ମ୍ୟାଚରେ ଉଭୟ ଇନିଂସରେ ଦ୍ୱିଶତକ ଓ ଶତକ ହାସଲ କରିଛନ୍ତି ।  ଗାଭାସ୍କର ଏପ୍ରିଲ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ ବିରୋଧରେ ଉଭୟ ଇନିଂସରେ ୩୪୪ ରନ କରିଥିଲେ । ଶୁବମନ ଉଭୟ ଇନିଂସରେ ୪୩୦ ରନ୍ ସଂଗ୍ରହ କରିଛନ୍ତି। ଗୋଟିଏ ଟେଷ୍ଟ ମ୍ୟାଚରେ ଅଧିକ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ଶୁବମନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ।

Related posts

ପଞ୍ଜାବ ପାଇଁ ଭାରି ପଡିବେ ଗିଲଙ୍କ ନୂଆ କୋଚ

ଟିମ୍ ଇଣ୍ଡିଆକୁ ଶାହିନ୍ ଆଫ୍ରିଦିଙ୍କ ଚେତାବନୀ; କହିଲେ ଏହା କେବଳ ଆରମ୍ଭ

Odisha Sports Bureau

ଟି-୨୦ କ୍ରିକେଟରେ ୮ହଜାର ରନ ହାସଲ କଲେ ରୋହିତ

Odisha Sports Bureau

Leave a Comment