Cricket

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ଆଜି ପୀୟୂଷ ଚାୱଲା ସୋସିଆଲ ମିଡିଆ ଜରିଆରେ ତାଙ୍କର ଅବସର ଘୋଷଣା କରିଥିଲେ ।  ୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ କୃତଜ୍ଞତାର ସହିତ ଏହି ଅଧ୍ୟାୟର ଶେଷ କରୁଛି । ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି । ଏହି ସୁନ୍ଦର ଯାତ୍ରାରେ ମୋତେ ସର୍ବଦା ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’ ‘ଆଜି ମୋ ପାଇଁ ଏକ ବହୁତ ଭାବପ୍ରବଣ ଦିନ, କାରଣ ମୁଁ ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି । ଯଦିଓ ମୁଁ ଆଉ ପିଚ୍‌ରେ ପାଦ ରଖିବି ନାହିଁ, ହେଲେ କ୍ରିକେଟ୍ ସବୁବେଳେ ମୋ ଭିତରେ ରହିବ। ମୁଁ ଏହି ସୁନ୍ଦର ଖେଳର ଶିକ୍ଷା ସହିତ ଏକ ନୂତନ ଯାତ୍ରା ପାଇଁ ଉତ୍ସାହିତ ଅଛି ।’

ସେ ବିସିସିଆଇ, ୟୁପିସିଏ (ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ), ଜିସିଏ (ଗୁଜରାଟ କ୍ରିକେଟ ଆସୋସିଏସନ) ଏବଂ ତାଙ୍କର ସମସ୍ତ ପ୍ରଶିକ୍ଷକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ପରିବାରକୁ ତାଙ୍କର ଶକ୍ତି ବୋଲି ବର୍ଣ୍ଣନା କରି, ସେ ତାଙ୍କ ପିତାଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି,ମୋର ସ୍ବର୍ଗତ ପିତାଙ୍କ ପ୍ରତି ବିଶେଷ ବାର୍ତ୍ତା, ଯାହାଙ୍କ ବିଶ୍ୱାସ ମୋତେ ଆତ୍ମବିଶ୍ୱାସ ଦେଇଥିଲା । ତାଙ୍କ ବିନା ଏହି ଯାତ୍ରା କେବେ ସମ୍ଭବ ହୋଇପାରି ନ ଥାନ୍ତା ।

ପୀୟୂଷ ୨୦୦୬ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ମାର୍ଚ୍ଚ ୯ରେ ମୋହାଲିରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ । ଏହା ପରେ, ସେ ୨୦୦୭ରେ ଏକଦିବସୀୟ ଏବଂ ୨୦୧୦ରେ ଟି-୨୦ ଡେବ୍ୟୁ କରିଥିଲେ । ପୂଜ୍ୟ ତାଙ୍କ ୬ ବର୍ଷର କ୍ରିକେଟ କ୍ୟାରିୟରରେ ୩ଟି ଟେଷ୍ଟ, ୨୫ଟି ଦିନିକିଆ ଏବଂ ୭ଟି ଟି-୨୦ ମ୍ୟାଚ ଖେଳିଥିଲେ । ଏଥିରେ ସେ ଯଥାକ୍ରମେ ୮, ୩୨ ଏବଂ ୪ଟି ଉଇିକେଟ ନେଇଥିଲେ ।

Related posts

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟର

Odisha Sports Bureau

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ