Uncategorized

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

ନୂଆଦିଲ୍ଲୀ:  ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ। ଆୟୋଜନ ପାଇଁ ଇଚ୍ଛୁକ ଦର୍ଶାଇ ଔପଚାରିକ ଭାବେ ଚିଠି।ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ନେଇ ଇଚ୍ଛୁକ ଦର୍ଶାଇ ଚିଠି। ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ, ଭାରତ ୨୦୩୬ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି। ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତରେ ଆୟୋଜିତ ଅଲିମ୍ପିକ୍ସ ୨୦୩୬ର ଖବର ସାମ୍ନାକୁ ଆସିଛି। ଏହାପୂର୍ବରୁ ମଧ୍ୟ ଏ ସମ୍ପର୍କରେ କିଛି ରିପୋର୍ଟ ବାହାରିଛି ଯେଉଁଥିରେ କୁହାଯାଇଥିଲା ଯେ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତ ଆଗକୁ ଆସିପାରେ।

Related posts

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ , ସବୁଠାରୁ ଅଧିକ ପଦକ ଜିତିଲା ଆମେରିକା 

Odisha Sports Bureau

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ