Uncategorized

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ମହିଳା ୨୫ ମିଟର ପିସ୍ତଲ ଟିମରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହାସହିତ ରାଇଫଲ୍‌ ଚାଳନାରେ ରୌପ୍ୟ ପଦକ ହାସଲ କରିଛି ଭାରତ | ଚାଲିଥିବା ‘ଏସୀୟ କ୍ରୀଡ଼ା’ରେ ଆଜି ମନୁ ଭାକର୍‌, ଈଶା ସିଂହ ଓ ରିଦମ୍‌ ସାଙ୍ଗ୍‌ୱାନ୍‌ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍‌ ପିସ୍ତଲ୍‌ ଟିମ୍‌ ଇଭେଣ୍ଟ୍‌’ରେ ଏହି ୩ ଖେଳାଳି ସାମଗ୍ରିକ ଭାବେ ୧୭୫୯ ସ୍କୋର୍‌ କରିଛନ୍ତି। ୩ଟି ‘ରାପିଡ୍‌ ରାଉଣ୍ଡ୍‌’ରେ ମନୁ ଭାକର୍‌ ୯୯, ୯୯ ଓ ୧.୯୮ ସ୍କୋର୍‌ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି।ଏହାପୂର୍ବରୁ ଆଜି ଆଶି ଚୌକ୍ସୀ, ମାନିନୀ କୌଶିକ ଓ ସିଫ୍‌ତ୍‌ କୌର୍‌ ସାମ୍‌ରା ‘ମହିଳା ୫୦ ମିଟର୍‌ ରଇଫଲ୍‌ ୩ ପୋଜିସନ୍‌ ଟିମ୍‌’ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି |

Related posts

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ , ସବୁଠାରୁ ଅଧିକ ପଦକ ଜିତିଲା ଆମେରିକା 

Odisha Sports Bureau

୧୪ ଥର ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ଏବଂ ପୂର୍ବତନ ସ୍ପାନିସ୍ ଟେନିସ୍ ତାରକା ରାଫେଲ ନାଡାଲଙ୍କୁ ଭାବପ୍ରବଣ ବିଦାୟ

Odisha Sports Bureau

ମାତ୍ର ୬ ସେକେଣ୍ଡରେ ଗୋଲ କଲେ ଏସି ମିଲାନ୍

Odisha Sports Bureau