Football

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ଇଣ୍ଟରକଣ୍ଟିନେଣ୍ଟାଲ କପ । ଏହି ଉଦଘାଟଦୀ ମ୍ୟାଚରେ ଦମଦାର ବିଜୟ ହାତେଇଛି ଭାରତ । ମଙ୍ଗୋଲିଆ ବିପକ୍ଷରେ ଭାରତ ଖେଳି ୨-୦ ଗୋଲରେ ବିଜୟ ହାସଲ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା ଭାରତ । ୧୫ଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଏଥିସହ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା । ସେହିପରି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଲେବାନନ୍ ୩-୧ ଗୋଲରେ ଭାନୁଆତୁକୁ ପରାସ୍ତ କରିଛି । ଏହି ପ୍ରତିଯୋଗିତା ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି ।

Related posts

ଚଳିତ ବର୍ଷ କୌଣସି ଖେଳାଳି ସମ୍ମାନଜନକ ବଲୋନ୍ ଡି’ଅର୍ ପୁରସ୍କାର ପାଇବେ ନାହିଁ

Odisha Sports Bureau

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau

ଚାମ୍ପିଆନ୍ସ ଲିଗ୍: ୦-୩ରେ ହାରିଲା ମେସିଙ୍କ ଦଳ

Odisha Sports Bureau