Cricket

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ ଗୋଟିଏ ମାସରୁ କମ ସମୟ ବାକି ରହିଛି। ଏହା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥  ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ ଦ୍ୱାରା ନିର୍ମିତ ହୋଇଛି । ବର୍ତ୍ତମାନ ‘ଆଡିଡାସ ଇଣ୍ଡିଆ’ ଇନଷ୍ଟାଗ୍ରାମରେ ଗ୍ରାଫିକ୍ସ ମାଧ୍ୟମରେ ଭାରତୀୟ ଦଳର ଜର୍ସି ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି। ବିସିସିଆଇ ଓ ଆଡିଡାସ ଖାସ୍ ଶୈଳୀରେ ଭାରତୀୟ ଦଳର ଟି-୨୦ ଜର୍ସିକୁ ହେଲିକପ୍ଟର ଜରିଆରେ ଲଞ୍ଚ୍ କରିଛନ୍ତି। ରିଲିଜ ହୋଇଥିବା ଭିଡିଓରେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଦେଖିବାକୁ ମିଳିଛି। ରୋହିତ କୁଲଦୀପ ଓ ଜାଡ଼େଜାଙ୍କୁ କିଛି ଇସାରା କରୁଛନ୍ତି। ସେହି ସମୟରେ ହେଲିକପ୍ଟର ଟିମ୍ ଇଣ୍ଡିଆର ଜର୍ସିକୁ ନେଇ ଉଡ଼ି ଯାଉଛି। ନୂଆ ଜର୍ସିରେ ବେକରେ ତ୍ରିରଙ୍ଗା ରଙ୍ଗର ଭି ସେପ୍ ରହିଛି। ଜର୍ସିର ଆଗ ଏବଂ ପଛ ଭାଗ ନୀଳ ରଙ୍ଗର ରହିଛି। ଏହାର ଉଭୟ ପାର୍ଶ୍ଵରେ ଗେରୁଆ ରଙ୍ଗର ଧାର ରହିଛି। ଜର୍ସି ଲଞ୍ଚ୍ ହେବା ପୂର୍ବରୁ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଲିକ୍ ହୋଇଥିଲା। ଏବେ ଆଡିଡାସ ଜର୍ସିକୁ ଆନୁଷ୍ଠାନିକ ଭାବେ ଜାରି କରିଛି।

ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳଗୁଡ଼ିକ ନୂତନ ଜର୍ସି ଅନାବରଣ କରିଥାନ୍ତି। କ୍ରିକେଟ୍ ପ୍ରଶଂସକ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ବିଶ୍ଵକପ୍ ଜର୍ସି କେମିତି ରହିବ ତାକୁ ଚାହିଁ ରହିଥିଲେ। ଆଡିଡାସ ହେଉଛି ବିସିସିଆଇର କିଟ୍ ସ୍ପନସର। ଏହା ଦିନିକିଆ ଓ ଟି-୨୦ ପାଇଁ ଭିନ୍ନ ଭିନ୍ନ ପୋଷାକ ପ୍ରସ୍ତୁତ କରିଥାଏ। ଦିନିକିଆ ଜର୍ସିର କଲର ରହିଥାଏ ଏବଂ ଟି-୨୦ ଜର୍ସି ବିନା କଲର ସହିତ ଅଶୋକ ଚକ୍ର ଚିହ୍ନ ରହିଥାଏ।

ସୂଚନାଯୋଗ୍ୟ, ଭାରତ ଜୁନ ୫ରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ଭାରତ ସହ ଏ ଗ୍ରୁପରେ ପାକିସ୍ତାନ, ଆମେରିକା, କାନାଡା ଓ ଆୟରଲାଣ୍ଡ ରହିଛି। ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ। ୧୨ ତାରିଖରେ ଆମେରିକା ଓ ଜୁନ ୧୫ରେ କାନାଡା ବିପକ୍ଷରେ ଦଳ ନିଜର ପରବର୍ତ୍ତୀ ମୁକାବିଲା ଖେଳିବ।

Related posts

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

Odisha Sports Bureau

ଭାରତୀୟ ମହିଳା ଦଳଦ୍ୱିତୀୟ ଦିନିକିଆରେ ୨-୦ରେ ଆଗୁଆ

Odisha Sports Bureau