Cricket

ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା , ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭୁବନେଶ୍ୱର: ଟି -୨୦ ବିଶ୍ୱକପ ସମୟରେ ଓଡିଶା କ୍ରିକେଟ ପ୍ରମୀଙ୍କ ପାଇଁ ଖୁସି ଖବର । ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ । ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବାକୁ ଥିବାବେଳେ, ଦ୍ୱିତୀୟ ଟି-୨୦ କୋଲକାତା, ତୃତୀୟ ଟି-୨୦ ମ୍ୟାଚ୍ ରାଜକୋଟ, ଚତୁର୍ଥ ଟି-୨୦ ମ୍ୟାଚ୍ ପୁଣେ ଏବଂ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ଏହାପରେ ଫେବ୍ରୁଆରୀ ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ବୋଲି ସୂଚନା ରହିଛି ।

Related posts

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଫେରିପାରନ୍ତି ଶ୍ରେୟସ

Odisha Sports Bureau