Cricket

୧୬୪ରେ ଅଟକିଲା କୋଲକତା

(ଓଡିଶା ସ୍ପୋର୍ଟସ): ଚଳିତ ଆଇପିଏଲରେ ପ୍ରଥମଥର ପାଇଁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ବ୍ୟାଟ ଗର୍ଜିଛି। କାର୍ତ୍ତିକ ବିସ୍ଫୋରକ ୨୯ ବଲରେ ୫୮ ରନ୍‌ ବଳରେ କୋଲକାତା ୬ ୱିକେଟ ହରାଇ ୧୬୪ ରନ୍‌ କରିଛି। ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି। କାର୍ତ୍ତିକଙ୍କ ବ୍ୟତୀତ ଶୁବମାନ ଗିଲ ୫୭ ଓ ଇଓନ ମୋର୍ଗାନ ୨୪ ରନର ଇନିଂସ୍ ଖେଳିଛନ୍ତି।

ଟସ୍ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ୪ ଓଭର ମଧ୍ୟରେ ୨ ୱିକେଟ ହରାଇ ମାତ୍ର ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗତ ମ୍ୟାଚର ହିରୋ ରାହୁଲ ତ୍ରିପାଠୀ(୪) ଓ ନୀତୀଶ ରାଣା(୨) ରନ୍ କରିବାକୁ ସକ୍ଷମ ହୋଇଥିଲେ। ମୋର୍ଗାନ ଓ ଗିଲ୍ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଏପରି କି କୋଲକତା ୬ ଓଭରରେ ୨ ୱିକେଟ ହରାଇ ୨୫ ରନ୍ କରିପାରିଥିଲା।

ଏହାପରେ ମୋର୍ଗାନ ଓ ଗିଲ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ୧୦.୪ ଓଭରରେ ଦଳୀୟ ସ୍କୋର ୬୩ ରନ୍ ଥିବା ବେଳେ ମୋର୍ଗାନ ୨୪ ରନ୍ କରି ଆଉଟ ହୋଇଯାଇଥିଲେ। କାର୍ତ୍ତିକ କ୍ରିଜକୁ ଆସିବା ସହ ରନର ବେଗ ବଢ଼ିଥିଲା। ମାତ୍ର ୨୨ ବଲରେ କାର୍ତ୍ତିକ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଅନ୍ୟପଟେ ଇନିଂସ ଆରମ୍ଭରୁ ବ୍ୟାଟିଂ କରୁଥିବା ଗିଲ୍ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରିବା ପୂର୍ବରୁ ରନ୍‌ ଆଉଟ ହୋଇଯାଇଥିଲେ। ଶେଷ ଭାଗରେ କାର୍ତ୍ତିକ କିଛି ଶଟ ମାରିବାରୁ ଦଳୀୟ ସ୍କୋର ୧୬୪ରେ ପହଞ୍ଚିଥିଲା।

କାର୍ତ୍ତିକ ଶେଷ ବଲରେ ରନ୍‌ ଆଉଟ ହୋଇଥିଲେ। ଆଉଟ ହେବା ବେଳକୁ କାର୍ତ୍ତିକ ୨୯ଟି ବଲରେ ୫୮ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରସେଲ ୫ ଓ ପ୍ୟାଟ କମିନ୍ସ ୫ ରନ୍‌ କରିଛନ୍ତି।

Related posts

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

Odisha Sports Bureau

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ