Cricket

ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ର ୫୯ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଡିଫେଣ୍ତିଙ୍ଗ୍‌ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି। ପଏଣ୍ଟ ଟେବୁଲରେ ନବମ ଏବଂ ଦଶମ ସ୍ଥାନରେ ଥିବା ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଟୁର୍ନାମେଣ୍ଟରେ ପ୍ଲେ ଅଫ୍‌ ବାଦ ପଡିଛି ।

ମୁମ୍ବାଇ ଇଣ୍ଡିଆନ୍ସ ୧୬ ଓଭରରେ ୯୭ ରନ୍‌ରେ ଚେନ୍ନାଇକୁ ଅଲ୍‌ଆଉଟ୍‌ କରିଥିଲା । ଯାହାକି ଚେନ୍ନାଇର ଦ୍ୱିତୀୟ ସର୍ବନିମ୍ନ ସ୍କୋର ଅଟେ । ୨୦୧୩ ରେ ଚେନ୍ନାଇ ସର୍ବନିମ୍ନ ସ୍କୋର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଥିଲା । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୯୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଚେନ୍ନାଇ ପକ୍ଷରୁ କ୍ୟାପ୍ଟେନ୍‌ ଧୋନି ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ବ୍ରାଭୋ ୧୨ ରନ୍‌ ଓ ଦୁବେ ୧୦ ରନ୍‌ କରିଥିଲେ । ମୁମ୍ବାଇର ଡାନିଏଲ୍‌ ସାମ୍ସ ୩ଟି ୱିକେଟ୍‌ ନେଇଥିବା ବେଳେ କାର୍ତ୍ତିକେୟ ଓ ମେରିଡିଥ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

Related posts

ନେହଲ ୱାଧେରାଙ୍କ ଛକାମାଡରେ ଭାଙ୍ଗିଲା କାରର କାଚ

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପତ୍ତି ଟପିଲା ୧ହଜାର କୋଟି