ମୁମ୍ବାଇ: ଆଇପିଏଲ୍ ମ୍ୟାଚ୍ରେ ଆଜି ଦେଖିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର । ମ୍ୟାଚ୍କୁ ନେଇ ଉଭୟ ଦଳ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଆଜି ବିଜୟ ଲକ୍ଷ୍ୟରେ ମଇଦାନକୁ ଓଲ୍ହାଇବ । ବୋଲିଂ ବିଭାଗକୁ ନେଇ ବଢି ଚାଲିଛି ଦଳର ଚିନ୍ତା । ସେପଟେ ୩ଟି ମ୍ୟାଚ୍ରୁ ୨ଟି ମ୍ୟାଚରେ ବିଜୟୀ ହୋଇ ସାରିଛି କୋଲକାତା ନାଇଟ୍ ରାଇଡର୍ସ। ଶିଖର ଛୁଇଁଛି କେକେଆର ଦଳର ମନୋବଳ । ନାଇଟ୍ ରାଇଡର୍ସକୁ ହରାଇବାକୁ ପାଇଁ ଆଜି ମଇଦାନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂରେ କରିବାକୁ ପଡ଼ିବ କଡ଼ା କସରତ ।
ତେବେ ନାଇଟ୍ ରାଇଡର୍ସ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇ ସାରିଛି । ଯାହା ଫଳରେ ଆଜିର ମ୍ୟାଚରେ ଦଳ ବିଜୟ ହାସଲ କରି ବିଜୟ ଅଭିଯାନ ଜାରି ରଖିବ । ସେହିଭଳି ପ୍ୟାଟ୍ କମିନ୍ସଙ୍କର ମଧ୍ୟ ଖେଳିବାର ସମ୍ଭାବନା ରହିଛି । ଫଳରେ ନାଇଟ୍ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ୟ ସବୁ ଦଳର ଚିନ୍ତା ବଢାଇ ଦେଇଛି । ଆସନ୍ତା କାଲି ସୂର୍ଯ୍ୟକୁମାର ଯାଦବ ଖେଳିବା ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗକୁ ସଦୃଢ କରିବ ।ମୁମ୍ବାଇ ଦଳରେ ଇଶାନ କିଷନ ଓ ତିଳକ ବର୍ମା ଫର୍ମରେ ରହିଛନ୍ତି । କେବଳ ରୋହିତ ଶର୍ମା ସଫଳ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିପାରିବ ।
ଅନ୍ୟପକ୍ଷେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚରେ ଡେଥ୍ ବୋଲିଂରେ ତ୍ରୁଟି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା ।ନାଇଟ୍ ରାଇଡର୍ସକୁ ହରାଇବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ତେବେ ଆଜିର ମ୍ୟାଚରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିବେ । ଯାହା ଫଳରେ ମୁମ୍ବାଇ ଜିତିବା ପାଇଁ ଆଶା ସଞ୍ଚାର ହେବ ।