Cricket

IPL 2024ରେ ତୃତୀୟ ଥର ଚାମ୍ପିଅନ ହେଲା କୋଲକାତା, ପରାଜୟ ବରଣ କଲା ହାଇଦ୍ରାବାଦ

କୋଲକାତା ନାଇଟ୍ ରାଇଡର୍ସ ହେଲା ଚାମ୍ପିୟନ ଜ୍ଝ ଆଇପିଏଲ ୨୦୨୪ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଜିତ ହାସଲ କଲା କୋଲକାତା ଜ୍ଝ ଏହି ବିଜୟ ସହ ତୃତୀୟ ଥର ଆଇପିଏଲ ବିଜେତା ବନିଛି କୋଲକାତା ନାଇଟ୍ ରାଇଡର୍ସ ।କୋଲକାତା ଟିମ୍ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା।

ଚତୁର୍ଥ ଥର ପାଇଁ କେକେଆର୍ ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା। ଏଥର ରାଜନୀତି ଛାଡ଼ି କ୍ରିକେଟ୍ ପଡ଼ିଆକୁ ଫେରିଥିବା ଗମ୍ଭୀର ପୁଣି ଥରେ ନିଜ ସଫଳ ଯୋଜନାର ଛାପ ଛାଡ଼ିଛନ୍ତି।

ବିଜେତା କେକେଆର୍କୁ ଟ୍ରଫି ସହ ୨୦ କୋଟି ଓ ଉପବିଜେତା ହାଇଦ୍ରାବାଦ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍, ୭୪୧ ରନ୍) ନାରଙ୍ଗୀ ଟୋପି ଓ ସର୍ବାଧିକ ୱିକେଟ୍ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍ (୧୪ମ୍ୟାଚ୍, ୨୪ ୱିକେଟ୍) ବାଇଗଣୀ ଟୋପି ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

ଚେନ୍ନାଇରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇଥିଲା ହାଇଦ୍ରାବାଦ । କୋଲକାତା ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍ । ପ୍ରଥମରୁ ହିଁ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା ଦଳ । ୧୮ ଓଭର ୩ଟି ବଲରେ ମାତ୍ର ୧୧୩ ରନ୍ କରି ଅଲଆଉଟ୍ ହୋଇଥିଲା ହାଇଦ୍ରାବାଦ । ଦଳର କୌଣସି ବି ବ୍ୟାଟର ୨୫ ରନ୍ ଛୁଇଁପାରିନଥିଲେ ।

ସେପଟେ କେକେଆର ପକ୍ଷରୁ ଭେଙ୍କଟେସ୍ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍ ଓ ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍ କରିଥିଲେ। ଆଉ ୧୧୪ ରନ କରି ଓଚଖ ୨୦୨୪ର ଟ୍ରଫି ନିଜ ନାଁକୁ କରି ନେଇଛନ୍ତି |

Related posts

ଚେପକ୍ ଷ୍ଟାଡିୟମରେ ଧୋନି ପ୍ରଶଂସକଙ୍କ ଗୁଞ୍ଜରଣ

Odisha Sports Bureau

ଭାରତ ଫାଇନାଲ୍କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau