Cricket

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

(କଟକ): ଆଗାମୀ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍)ରେ ଓଡ଼ିଆ କ୍ରିକେଟରଙ୍କୁ ସୁଯୋଗ ଦେବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଆଇପିଏଲରେ ସ୍ଥାନ ପାଇଁ ୬ ଓଡ଼ିଆ କ୍ରିକେଟରଙ୍କ ନାମ ସୁପାରିଶ କରାଯାଇଛି । ଓସିଏ ପକ୍ଷରୁ ଏହି ୬ ଖେଳାଳିଙ୍କ ନାମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ସୁପାରିଶ କରାଯାଇଛି । ସୂଚନା ଅନୁଯାୟୀ, ଆଇପିଏଲ ନିଲାମୀରେ ସ୍ଥାନ ପାଇବାକୁ ଥିବା ଓଡ଼ିଆ ଖେଳାଳିଙ୍କ ମ଼ଧ୍ୟରେ ରାଜେଶ ଧୁପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ଶ ପ୍ରମୁଖଙ୍କ ନାମ ସୁପାରିଶ କରାଯାଇଛି । ଚଳିତ ସିଜିନରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଛି । ଆଇପିଏଲରେ ଏମାନେ ଖୁବ ଭଲ ପ୍ରଦର୍ଶନ କରିପାରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ତେବେ ଏହି ୬ ଖେଳାଳିଙ୍କୁ ବିସିଆଇ ପକ୍ଷରୁ ଟ୍ରାଏଲ ଟେଷ୍ଟ ଦେବାକୁ ପଡିବ । ଟ୍ରାଏଲ ଟେଷ୍ଟ ଆଧାରରେ ଚୟନକର୍ତ୍ତା ସେମାନଙ୍କୁ ଆଇପିଏଲରେ ସ୍ଥାନ ଦେବା ବାବଦରେ ନିଷ୍ପତ୍ତି ନେବେ । ଫେବୃଆରୀ ପ୍ରଥମ ସପ୍ତାହରେ ଆଇପିଏଲର ବିଡିଂ ହେବ ।

In a review , researchers wrote that PRP therapy has the potential for treating male sexual dysfunction. cialis 20mg They warn, however, that studies have been limited by size, short follow-up periods, and lack of control groups.

Related posts

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଭଦୋଦରାରେ ଅଭ୍ୟାସ କରୁଛନ୍ତି ଖେଳାଳି

Odisha Sports Bureau

ଡିସେମ୍ବର ୬ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍

Odisha Sports Bureau