More Sports

ପ୍ରଥମଥର ପାଇଁ ସ୍ନୋ-ସ୍କିଙ୍ଗରେ ଓଡିଆ ଝିଅ

ରାଉଲକେଲା : ଓଡିଶାର ନାରୀ ଓଡିଶା ପାଇଁ ସାଜୁଛନ୍ତି ଗର୍ବ ଓ ଗୌରବ । ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା , ସବୁଥିରେ ପାରଙ୍ଗମ ଓଡିଆ ଝିଅ । କିନ୍ତୁ ଏବେ ବରଫରାଣୀ ସାଜିଛନ୍ତି ଓଡିଆ ଝିଅ ରଞ୍ଜିତା । ଓଡିଶାରେ ବରଫ ନାହିଁ ସତ, ତଥାପି ସ୍ନୋ ସ୍କିଙ୍ଗ ଖେଳରେ ସେ ହାସଲ କରିଛନ୍ତି ପାରଦର୍ଶିତା । ପେବ୍ରୁଆରୀ ମାସରେ ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ ପ୍ରଥମ ଓଡିଆ ଝିଅ ଭାବେ ଭାଗ ନେବେ ରଞ୍ଜିତା ବେହେରା । ତେବେ ରଞ୍ଜିତା ହେଉଛନ୍ତି ଓଡିଶାର ଇସ୍ପାତ ନଗରୀ ରାଉଲକେଲାର ଝିଅ । ସେ ୨୦୧୬ରୁ ସେ ଏହି ଆଡ୍ଭେଞ୍ଜରର୍ସ ଗେମ ଆରମ୍ଭ କରିଥିଲେ ଓ ୨୦୨୦ରେ ତାଙ୍କୁ ଖେଲୋ ଇଣ୍ଡିଆ ପାଇଁ ଅଫର ଆସିଥିଲା । ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ ସ୍ନୋ ସ୍କିଙ୍ଗ ରେ ଭାଗ ନେବା ସହ ନ୍ୟାସନାଲ ଚମ୍ପିୟାନସିପ୍ରେ ମଧ୍ୟ ଅଂଶ ଗ୍ରହଣ କରିବେ । ସ୍ନୋ ସ୍କିଙ୍ଗର ସଲାୟଲମରେ ସେ ଖେଳିବା ସହ ଆଗକୁ ସ୍ନୋ ମାଉଣ୍ଟେନ୍ ହିୟରିଙ୍ଗ ରେ ଭାଗ ନେବେ । ତେବେ ତାଙ୍କୁ ଏହି ଖେଳ ପାଇଁ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ମଧ୍ୟ ସାହାଯ୍ୟ କରିଛନ୍ତି । ଖେଲୋ ଇଣ୍ଡିଆ ପେବ୍ରୁଆରୀ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବା ବେଳେ ନ୍ୟାସନାଲ ଚମ୍ପିଆନସିପ ପେବ୍ରୁଆରୀ ୨୬ରୁ ୨୮ ଯାଏଁ ହେବ । ଉତ୍ସାହପୂର୍ଣ୍ଣ ଲାଗୁଥିବା ଏ,ହି ଖେଳ ସହଜ ନୁୁୁହେଁ । ଏ,ହି ଦୁଃସାହାସିକ ଖେଳ ପାଇଁ ତାଙ୍କ ନିଜ ଭିତରର ଇଚ୍ଛା ତାଙ୍କୁ ଆଗକୁ ନେିଛି ବୋଳି କହିଛନ୍ତି ସେ । ତେବେ ଖେଲୋ ଇଣ୍ଡିଆରେ ପଦକ ବିଜୟ କରି ଓଡିଶା ପାଇଁ ସେ ଗୌରବ ଆଣିବେ ବୋଲି ଆଶା କରାଯାଉୁଛି ।

If you’re seeking a preventative, we’ve gathered a few of the best stretch mark creams for pregnancy. viagra pills There are many pros and cons of the Affordable Care Act.

Related posts

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

Odisha Sports Bureau

ସ୍କୁଲରେ ହ୍ୱିଲ ଚେୟାର ସୁବିଧା ନଥିବାରୁ ଦିବ୍ୟାଙ୍ଗ ଆଥଲେଟଙ୍କୁ ମିଳିଲାନି ଆଡମିଶନ୍

ପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।

Odisha Sports Bureau